୧୭ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ, ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ !

୧୭ରେ-ବିଜେପି-ରାଜ୍ୟ-କାର୍ଯ୍ୟାଳୟରେ-ବସିବ-ବଡ଼-ବୈଠକ,-ଯୋଗ-ଦେବେ-ରାଷ୍ଟ୍ରୀୟ-ଅଧ୍ୟକ୍ଷ-!

୧୭ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ, ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ !

Published By: Kirti – Prameya-News7 Bureau | February 15, 2026 03:00 PM

NEWS7

bjp

ଭୁବନେଶ୍ୱର ୧୫।୦୨ : ଆସନ୍ତା ୧୭ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ନୂଆ ବିଧାୟକ, ନୂଆ କର୍ଯ୍ୟକର୍ତ୍ତା ନେବେ ପ୍ରଶିକ୍ଷଣ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ପଞ୍ଚାୟତ ପୂର୍ବରୁ ସଂଗଠନ ସଜାଡ଼ିବା ପାଇଁ ଏହି ପ୍ରଶିକ୍ଷଣ ଶିବିର। ସବୁ ସ୍ତରରେ ପ୍ରଶିକ୍ଷଣ ଶିବିର ହେବ। ଏଥର ଭିନ୍ନ ଧରଣର ହେବ। ପ୍ରଥମେ ରାଜ୍ୟ ଏବଂ ପରେ ଜିଲ୍ଲା ପରେ ୨୫ ତାରିଖରେ ଜୋନାଲ ସ୍ତରୀୟ ଶିବିର ଆୟୋଜନ କରାଯାଇଛି। ଝାଡ଼ଖଣ୍ଡ, ସିକ୍କିମ, ଆଣ୍ଡମାନ ସମେତ ପୂର୍ବାଞ୍ଚଳ ରାଜ୍ୟର ବିଜେପି ନେତା ଯୋଗ ଦେବେ। ପଶ୍ଚିମବଙ୍ଗରେ ନିର୍ବାଚନ ଯୋଗୁଁ ସେ ରାଜ୍ୟର ପ୍ରତିନିଧି ଜୋନାଲ ପ୍ରଶିକ୍ଷଣ ଶିବିର ଯୋଗ ଦେବେ ନାହିଁ। ଜୋନାଲ ପ୍ରଶିକ୍ଷଣ ଶିବିରରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ନେଇ ତାରିଖ ନିର୍ଦ୍ଧାରିତ ହୋଇନାହିଁ। ନୀତିନ ନବୀନ ଖୁବଶୀଘ୍ର ଓଡ଼ିଶା ଆସିବେ।

ଏ ଖବର ବି ପଢନ୍ତୁ:- ଲିଙ୍ଗରାଜ ମନ୍ଦିର ଇଣ୍ଟରପ୍ରିଟେସନ୍ ସେଣ୍ଟରକୁ ନେଇ ଶାସକ-ବିରୋଧୀ ଟଣାଓଟରା : ମନ୍ତ୍ରୀ କହିଲେ ନୂଆକରି ହେବ, ବିଜେଡି କହିଲା ପୂର୍ବ ସରକାରରେ ଅର୍ଥ ମଞ୍ଜୁର ହୋଇଥିଲା

Scroll to Top