୧୦ ହଜାର ମୂଲ୍ୟ ପର୍ଯ୍ୟନ୍ତ 5G ସ୍ମାର୍ଟ ଫୋନ ବିକ୍ରିରେ ୬୦୦% ବୃଦ୍ଧି: ନମ୍ବର-୧ରେ ରହିଲା ଏହି କମ୍ପାନୀ

୧୦-ହଜାର-ମୂଲ୍ୟ-ପର୍ଯ୍ୟନ୍ତ-5g-ସ୍ମାର୍ଟ-ଫୋନ-ବିକ୍ରିରେ-୬୦୦%-ବୃଦ୍ଧି:-ନମ୍ବର-୧ରେ-ରହିଲା-ଏହି-କମ୍ପାନୀ

ନୂଆଦିଲ୍ଲୀ: ୨୦୨୫ ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତୀୟ ବଜାରରେ ସ୍ମାର୍ଟଫୋନ୍ ବିକ୍ରୟ ବୃଦ୍ଧି ପାଇଛି। ସାଇବରମିଡିଆ ରିସର୍ଚ୍ଚ (CMR) ରିପୋର୍ଟ ଅନୁଯାୟୀ, ଗତ ବର୍ଷ ତୁଳନାରେ ସ୍ମାର୍ଟଫୋନ୍ ବିକ୍ରି ୮% ବଢ଼ିଛି। ଏହି ଅଭିବୃଦ୍ଧିର ସବୁଠାରୁ ବଡ଼ କାରଣ ହେଉଛି ୫ଜି ସ୍ମାର୍ଟଫୋନ୍‌ର ଚାହିଦା ବୃଦ୍ଧି ପାଇବା। ୫ଜି ସ୍ମାର୍ଟଫୋନ୍‌ର ବର୍ତ୍ତମାନ ମାର୍କେଟ୍ ଶେୟାର ୮୭% ରହିଛି। ଗତ ବର୍ଷ ତୁଳନାରେ ଏଥିରେ ୨୦% ବୃଦ୍ଧି ପାଇଛି।

୧୦ ହଜାର ମୂଲ୍ୟର ସ୍ମାର୍ଟଫୋନ ବିକ୍ରି ୬୦୦% ବୃଦ୍ଧି

ଭାରତୀୟ ମାର୍କେଟ୍‌ରେ ୮ ରୁ ୧୦ ହଜାର ମୂଲ୍ୟର ଶସ୍ତା 5G ଫୋନର ବିକ୍ରି ୬୦୦% ବୃଦ୍ଧି ପାଇଛି। ଏହା ବ୍ୟତୀତ, ୧୦ ହଜାରରୁ ୧୩ ହଜାର ମୂଲ୍ୟର 5G ସ୍ମାର୍ଟଫୋନ ବିକ୍ରିରେ ମଧ୍ୟ ୧୩୮% ବୃଦ୍ଧି ଘଟିଛି। ସାଓମୀ ଏବଂ ରିୟଲମି ଭଳି ବ୍ରାଣ୍ଡ୍ ଏହି କ୍ଷେତ୍ରରେ ଭଲ ଅଭିବୃଦ୍ଧି ହାସଲ କରିଛନ୍ତି।

ଏକାକୀ ଭିଭୋର ଅଶଂ ୧୯%

ଓଭରଅଲ୍ ସ୍ମାର୍ଟଫୋନ୍ ବିକ୍ରିରେ ଭିଭୋର ୧୯% ଶେୟାର ସହ ପ୍ରଥମରେ ରହିଥିବା ବେଳେ ୧୬% ଅଂଶ ସହିତ ସାମସଙ୍ଗ ଦ୍ୱିତୀୟ ସ୍ଥାନରେ ରହିଛି। ଓପ୍ପୋ ଏବଂ ଶାଓମି ୧୩% ବଜାର ଅଂଶ ସହିତ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି। ମୋଟୋରୋଲା ବିକ୍ରିରେ ମଧ୍ୟ ୮୧% ବୃଦ୍ଧି ଘଟିଛି। ସେହିପରି ନଥିଂର ବିକ୍ରିରେ ୧୯୦% ବୃଦ୍ଧି ଦେଖିବାକୁ ମିଳିଥିବା ବେଲେ ୱାନପ୍ଲସ୍‌ ଭଳି ବଡ଼ ବ୍ରାଣ୍ଡର ବିକ୍ରି ୨୧% ହ୍ରାସ ପାଇଛି। ଶାଓମିର ମୋଟ ବିକ୍ରି ୨୫% ହ୍ରାସ ପାଇଛି।

ପ୍ରିମିୟମ ସେଗମେଣ୍ଟରେ ଆପଲ ନମ୍ବର-୧

ପ୍ରିମିୟମ ସେଗମେଣ୍ଟରେ ଆଇଫୋନ ନମ୍ବର ୱାନ୍‌ରେ ରହିଛି। ୫୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ୍ ଭିତରେ iPhones ସର୍ବାଧିକ ବିକ୍ରି ହୋଇଛି। iPhone 16 ସିରିଜ୍ ବିକ୍ରୟ ଯୋଗୁ ଆପଲର ବଜାର ଅଂଶ ୭% ରେ ପହଞ୍ଚିଛି। ପ୍ରିମିୟମ୍ ସେଗମେଣ୍ଟରେ ଆପଲର ବଜାର ଅଂଶ ୫୪% ବୃଦ୍ଧି ପାଇଛି। ପ୍ରିମିୟମ୍ ସେଗମେଣ୍ଟରେ ପୂର୍ବରୁ ଲିଡର ଥିବା ୱାନପ୍ଲସ୍ ଏବେ ୨.୭% ବଜାର ଅଂଶ ସହିତ ଦଶମ ସ୍ଥାନରେ ରହିଛି।

କମିଲା ଫିଚର୍ସ ଫୋନ୍ ବିକ୍ରି

ସମୟ ସହ ତାଳ ଦେଇ ଫିଚର୍ସ ଫୋନ୍ ୟୁଜରଙ୍କ ସଂଖ୍ୟା କମିବାରୁ ଭାରତରେ ଫିଚର ଫୋନ୍ ବଜାର ହ୍ରାସ ପାଇବାରେ ଲାଗିଛି। 2G ଫିଚର ଫୋନ୍ ସେଗମେଣ୍ଟରେ ୧୫% ଏବଂ 4G ଫିଚର ଫୋନ୍ ସେଗମେଣ୍ଟରେ ୩୧% ହ୍ରାସ ଘଟିଛି। ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ ସ୍ମାର୍ଟଫୋନର ବୃଦ୍ଧି ଏବଂ ସୁଲଭ 5G ଡିଭାଇସର ଉପଲବ୍ଧତା ଯୋଗୁ ଏହି ହ୍ରାସ ଘଟିଛି। ଫିଚର୍ସ ଫୋନ୍‌ ସେଗମେଣ୍ଟ ଆଇଟିଲେର ଶେୟାର ୨୭ ପ୍ରତିଶତ ହ୍ରାସ ପାଇଛି। ହେଲେ ଲାଭାର ୧୭ ପ୍ରତିଶତ ବୃଦ୍ଧି ହୋଇଛି। ଏଚଏମଡିରେ ୩ ପ୍ରତିଶତ ବୃଦ୍ଧି, ଜି-ପାଇବରେ ୬୧୫ ପ୍ରତିଶତ ବୃଦ୍ଧି ଓ କାର୍ବନ ମୋବାଇଲ୍‌ରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। 

Scroll to Top