ୟୁରୋପରେ ୧୨ ଟନ KitKat ଚୋରି, ରହସ୍ୟମୟ ଢଙ୍ଗରେ ଉଭାନ ହେଲା ଚକୋଲେଟ ବୋଝେଇ ଟ୍ରକ୍

ୟୁରୋପରେ-୧୨-ଟନ-kitkat-ଚୋରି,-ରହସ୍ୟମୟ-ଢଙ୍ଗରେ-ଉଭାନ-ହେଲା-ଚକୋଲେଟ-ବୋଝେଇ-ଟ୍ରକ୍

ଭିଭେ ୨୮।୩: ସ୍ୱିଜରଲ୍ୟାଣ୍ଡର ଦିଗ୍ଗଜ ଫୁଡ କମ୍ପାନୀ ନେଷ୍ଟଲେଙ୍କ ସୂଚନା ଅନୁସାରେ ତାଙ୍କ ଲୋକପ୍ରିୟ ବ୍ରାଣ୍ଡ କିଟକାଟ୍ ଚକୋଲେଟର ଏକ ବଡ଼ କନସାଇନମେଣ୍ଟ ଚୋରି ହୋଇଯାଇଛି। ଏହି ଘଟଣା ଯୋଗୁ ଆଗାମୀ ଇଷ୍ଟର ପୂର୍ବରୁ ବଜାରରେ କିଟକାଟ୍ ଅଭାବ ଦେଖା ଦେଇପାରେ ବୋଲି ଆଶଙ୍କା କରାଯାଇଛି। କମ୍ପାନୀ ଅନୁସାରେ ପାଖାପାଖି ୪,୧୩,୭୯୩ ୟୁନିଟ୍ ଚକୋଲେଟ୍ ଥିବା ଏକ ଟ୍ରକ ପରିବହନ କାଳରେ ରହସ୍ୟମୟ ଭାବେ ଉଭାନ ହୋଇଯାଇଛି। ଏହି କନସାଇନମେଣ୍ଟର ମୋଟ ଓଜନ ୧୨ ଟନ ଥିଲା। ଏହି ଟ୍ରକ୍ ପ୍ରଡକ୍ସନ ୟୁନିଟରୁ ଡିଷ୍ଟ୍ରିବ୍ୟୁସନ ସେଣ୍ଟରକୁ ଯାଉଥିଲା।

ସୂଚନା ଅନୁସାରେ ଏହି ଟ୍ରକ୍ କେନ୍ଦ୍ରୀୟ ଇଟାଲୀରୁ ପୋଲାଣ୍ଡ ଯାଉଥିଲା। ରାସ୍ତାରେ କେତେକ ୟୁରୋପୀୟ ଦେଶକୁ ଚକୋଲେଟ ଯୋଗାଣ କରାଯିବାର ଥିଲା। ତେବେ ଟ୍ରକ୍ କେଉଁ ଜାଗାରୁ ଉଭାନ ହୋଇଛି ସେ ନେଇ କମ୍ପାନୀ ସଠିକ କିଛି ସୂଚିତ କରିପାରିନି। ଏପର୍ଯ୍ୟନ୍ତ ଟ୍ରକର କୌଣସି ସନ୍ଧାନ ମିଳି ନାହିଁ। ନେଷ୍ଟଲେ ଚେତେବାନୀ ଦେଇଛି ଯେ ଏହି ଚୋରିର ପ୍ରଭାବ ସିଧା ବଜାରଉପରେ ପଡିବ। ଇଷ୍ଚର ଭଳି ବଡ଼ ପାର୍ବଣ ପୂର୍ବରୁ ବଜାରରେ ଚକୋଲେଟର ଚାହିଦା ବଢିଯାଇଥାଏ। ଏଣୁ ଯୋଗାଣ ନ ପହଞ୍ଚିବା ଉପଭୋକ୍ତାଙ୍କୁ ପ୍ରଭାବିତ କରିପାରେ।

କମ୍ପାନୀ ଏବେ ଆଶଙ୍କା କରୁଛି ଯେ ଚୋରି ହୋଇଥିବା ଟ୍ରକ ଅନଧିକାରୀକ ବଜାର ବା ଗ୍ରେ ମାର୍କେଟରେ ବିକ୍ରି ହୋଇପାରେ। ଏଣୁ ସ୍ଥାନୀୟ ପ୍ରଶାସନ, ସପ୍ଲାଇ ଚେନ୍ ଓ ପାର୍ଟନର୍ସଙ୍କ ସହ ମିଶି ମାମଲାର ଯାଞ୍ଚ କରାଯାଉଛି। କମ୍ପାନୀ କହିଛି ଯେ ପ୍ରତ୍ୟେକ କିଟକାଟ୍ ବାର ଉପରେ ଏକ ୟୁନିକ୍ ବ୍ୟାଚ୍ କୋଡ ଥାଏ। ଏଥିରୁ ଚୋରି ହୋଇଥିବା ପ୍ରଡକ୍ଟକୁ ଚିହ୍ନଟ କରି ହେବ। ଏଥିରେ ଯଦି କେଉଁଠି ସନ୍ଦିଗ୍ଧ ଚକୋଲେଟ ମିଳୁଥାଏ ତେବେ ଏହାକୁ ସ୍କାନ କରି ତୁରନ୍ତ କମ୍ପାନୀକୁ ସୂଚନା ଦିଆଯାଇପାରିବ।

ଚକୋଲେଟ କନସାଇନମେଣ୍ଟ ଚୋରି ହେବା ପ୍ରଥମ ଘଟଣା। ଏହା ନା କେବଳ ସପ୍ଲାଇ ଚେନ୍ ର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ବରଂ ପାର୍ବଣ ସମୟରେ ଗ୍ରାହକଙ୍କ ଲାଗି ସମସ୍ୟାର କାରଣ ହୋଇ ପାରେ। ଏଣୁ ଆଗାମୀ ସମୟରେ ବଜାରରେ ଚକୋଲେଟ ଅଭାବ ସ୍ପଷ୍ଟ ରୂପେ ଅନୁଭୂତ ହେବ ବୋଲି ଆଶଙ୍କା କରାଯାଉଛି।

Scroll to Top