ନୂଆଦିଲ୍ଲୀ ୨୦/୦୯: ରୁଷ-ୟୁକ୍ରେନ ମଧ୍ୟରେ କେବେ ବନ୍ଦ ହେବ ଯୁଦ୍ଧ ? ନା କୌମସି ସଂକେତ ଅଛି, ନା ଆଲୋଚନା । ଋଷ ୟୁକ୍ରେନ ଉପରେ ନିରନ୍ତର କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ କରିବାରେ ଲାଗିଛି । ଏହି ସମୟରେ, ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି ଯେ ଋଷ ସାରା ରାତି ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି । ଋଷ ୪୦ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଯେଉଁଥିରେ ଥିଲା ଏଥିରେ କ୍ରୁଜ୍ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । କେବଳ ସେତିକି ନୁହେଁ, ଋଷ ସେନା ୟୁକ୍ରେନ ଉପରେ ୫୮୦ଟି ଡ୍ରୋନ ମାଡ଼ କରିଛି ।
All night, Ukraine was under a massive attack by Russia. The enemy launched 40 missiles – cruise and ballistic – and about 580 drones of various types. I thank all our warriors who defended the skies throughout the night, and our F-16 pilots, who once again proved their prowess… pic.twitter.com/ajjQV3XwnI
— Volodymyr Zelenskyy / Володимир Зеленський (@ZelenskyyUa) September 20, 2025
ତେବେ ଏତେ ବଡ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନୀୟ ରାଷ୍ଟ୍ରପତି । ଜେଲେନ୍ସକି କହିଛନ୍ତି ଯେ ମୁଁ ଆମର ସମସ୍ତ ସୈନିକଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ସାରା ରାତି ଆକାଶକୁ ସୁରକ୍ଷା ଦେଇଛନ୍ତି । ଆମର F-16 ପାଇଲଟମାନେ ପୁଣି ଥରେ ସେମାନଙ୍କର ସାହସିକତା ଦେଖାଛନ୍ତି । ୟୁକ୍ରେନ ଉପରେ କ୍ରୁଜ୍ କ୍ଷେପଣାସ୍ତ୍ର ବିପଦକୁ ପ୍ରଭାବଶାଳୀ ଭାବରେ ମୁକାବିଲା କଲେ ବୋଲି ସେ କହିଛନ୍ତି ।
ଜେଲେନସ୍କି କହିଛନ୍ତି ଯେ ଋଷ ସେନା ଡିନିପର ନଦୀ ଓ ଏହାର ଆଖପାଖ ଅଞ୍ଚଳ । ମାଇକୋଲାଇଭ, ଚେରନିହିଭ, ଜାପୋରିଝିଆ ଓ ପୋଲଟାଭା, କିଭ, ଓଡେସା, ସୁମି ଏବଂ ଖାରକିଭକୁ ଟାର୍ଗେଟ କରିଥିଲା । ଶତ୍ରୁ ଆମର ଭିତ୍ତିଭୂମି, ଆବାସିକ ଅଞ୍ଚଳ, ବେସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଥିଲା । ଡିନିପର ନଦୀରେ, କ୍ଲଷ୍ଟର ଯୁଦ୍ଧାସ୍ତ୍ର ସହିତ ଏକ କ୍ଷେପଣାସ୍ତ୍ର ସିଧାସଳଖ ଏକ ଆପାର୍ଟମେଣ୍ଟ କୋଠାରେ ପଡ଼ିଥିଲା ବୋଲି ସେ କହିଛନ୍ତି। ଏହି ଆକ୍ରମଣରେ ଡଜନେ ଲୋକ ଆହତ ହୋଇଛନ୍ତି । ତେବେ ଦୁର୍ଭାଗ୍ୟବଶତଃ, ତିନି ଜଣ ଲୋକ ପ୍ରାଣ ହରାଇଛନ୍ତି । ସେମାନଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ମୋର ସମବେଦନା।
ସେ କହିଛନ୍ତି ଯେ ଏପରି ଆକ୍ରମଣ ସାଧାରଣ ନାଗରିକଙ୍କୁ ଆତଙ୍କିତ କରିବା ସହ ଆମର ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ। ତେଣୁ, ଏକ ଦୃଢ଼ ଅନ୍ତର୍ଜାତୀୟ ପ୍ରତିକ୍ରିୟା ଆବଶ୍ୟକ। ୟୁକ୍ରେନ୍ ପ୍ରମାଣ କରିଛି ଯେ ସେ ନିଜକୁ ଏବଂ ୟୁରୋପକୁ ରକ୍ଷା କରିପାରିବ, କିନ୍ତୁ ଦୃଢ଼ ସୁରକ୍ଷା ପାଇଁ, ଆମକୁ ଏକାଠି କାମ କରିବାକୁ ପଡିବ। ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନୀୟ ବାୟୁ ପ୍ରତିରକ୍ଷାକୁ ମଜବୁତ କରିବା, ଅସ୍ତ୍ରଶସ୍ତ୍ର ଯୋଗାଣ ବୃଦ୍ଧି କରିବା ଓ ଋଷର ସାମରିକ ଉପକରଣ ଏବଂ ଏହାକୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା କ୍ଷେତ୍ରଗୁଡ଼ିକ ଉପରେ କଟକଣା ବୃଦ୍ଧି କରିବା ଆବଶ୍ୟକ। ସେ କହିଛନ୍ତି ଯେ ରୁଷ ଉପରେ ପ୍ରତ୍ୟେକ କଟକଣା ଜୀବନ ରକ୍ଷା କରିବ। ଆମକୁ ସାହାଯ୍ୟ ଏବଂ ସମର୍ଥନ କରୁଥିବା ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଜଣାଉଛି।




