ହୋର୍ଡିଂ ଖସିପଡ଼ି ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ହୋର୍ଡିଂ-ଖସିପଡ଼ି-୨-ଜଣଙ୍କ-ମୃତ୍ୟୁ-ଘଟଣାରେ-ମୁଖ୍ୟମନ୍ତ୍ରୀଙ୍କ-ଦୁଃଖ-ପ୍ରକାଶ,-୪-ଲକ୍ଷ-ଟଙ୍କା-ଲେଖାଏଁ-ସହାୟତା-ଘୋଷଣା

ହୋର୍ଡିଂ ଖସିପଡ଼ି ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

Published By: Ruby – Prameya-News7 Bureau | February 25, 2026 04:29 PM

NEWS7

CM

ଭୁବନେଶ୍ବର ୨୫।୨: ଭୁବନେଶ୍ବର ଆଇଗିଣିଆରେ ହୋର୍ଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । CMRFରୁ ଏହି ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱରର ଆଇଗିଣିଆ ଅଞ୍ଚଳରେ ଦୁଃଖଦ ଘଟଣାକ୍ରମେ ଏକ ହୋର୍ଡିଂ ଭୁଶୁଡ଼ି ଟୁନା ଗୌଡ଼ ଏବଂ ସଚ୍ଚିଦାନନ୍ଦ ପ୍ରଧାନଙ୍କର ପ୍ରାଣହାନୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

Scroll to Top