ନୂଆଦିଲ୍ଲୀ: ଭାରତରେ ଅମ୍ବାନୀ ପରିବାର ଜଲୱା ଜାରି ରହିଛି। ହୁରୁନ୍ ଇଣ୍ଡିଆର ସବୁଠାରୁ ମୂଲ୍ୟବାନ ପାରିବାରିକ ବ୍ୟବସାୟ(ମୋଷ୍ଟ ଭାଲୁଏବଲ ବିଜନେଶ) ତାଲିକା ୨୦୨୫ରେ ଅମ୍ବାନୀ ପରିବାର ପୁଣିଥରେ ଶୀର୍ଷ ସ୍ଥାନରେ ରହିଛି। ଏହି ପରିବାରର ପାରିବାରିକ ବ୍ୟବସାୟ ମୂଲ୍ୟା ୨୮ ଲକ୍ଷ କୋଟି ଟଙ୍କା। ଯାହା ଭାରତର ଜିଡିପିର ପ୍ରାୟ ୧୨ ଭାଗ ସହିତ ସମାନ। ଗତବର୍ଷ ମଧ୍ୟ ଅମ୍ବାନୀ ପରିବାର ତାଲିକାର ପ୍ରଥମ ସ୍ଥାନରେ ରହିଥିଲା।
ଅନ୍ୟପଟେ କୁମାର ମଙ୍ଗଳମ୍ ବିର୍ଲା ପରିବାର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ପରିବାରର ବ୍ୟବସାୟିକ ମୂଲ୍ୟ ୬.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଜିନ୍ଦଲ ପରିବାର ମଧ୍ୟ ଶ୍ରେଷ୍ଠ ତିନିରେ ସ୍ଥାନ ପାଇଥିବା ବେଳେ ସେମାନଙ୍କ ବ୍ୟବସାୟର ମୂଲ୍ୟ ୫.୭ ଲକ୍ଷ କୋଟି ଟଙ୍କା।
ଫାଷ୍ଟ ଜେନେରେସନ ଫ୍ୟାମିଲ ବିଜନେଶରେ ଆଦାନୀ ପରିବାର ନମ୍ବର-୧
• ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ଏକ ନମ୍ବରରେ ରହିଛି। ପରିବାରର ବିଜନେସ ଭାଲ୍ୟୁଏସନ ₹୧୪ ଲକ୍ଷ କୋଟି ଟଙ୍କା।
• ତାଲିକାରେ ପୁନାୱାଲା ପରିବାର ଦ୍ୱିତୀୟ ସ୍ଥାନରେ ରହିଛି। ସେମାନଙ୍କର ବ୍ୟବସାୟିକ ମୂଲ୍ୟାଙ୍କନ ₹୨.୩ ଲକ୍ଷ କୋଟି।
• ଡିଭି ପରିବାର ୧.୮ ଲକ୍ଷ କୋଟି ଟଙ୍କାର ମୂଲ୍ୟାଙ୍କନ ସହିତ ତୃତୀୟ ସ୍ଥାନରେ ଅଛି।




