ହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ, ଫସଲ ରକ୍ଷା ପାଇଁ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ

ହାତୀ-ଆକ୍ରମଣରେ-ଚାଲିଗଲା-ଚାଷୀଙ୍କ-ଜୀବନ,-ଫସଲ-ରକ୍ଷା-ପାଇଁ-ଘଉଡ଼ାଇବାକୁ-ଉଦ୍ୟମ-କରୁଥିଲେ

ହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ, ଫସଲ ରକ୍ଷା ପାଇଁ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ

Published By: Chikun – Prameya-News7 Bureau | October 11, 2025 11:12 PM

NEWS7

Deogarh

ଦେବଗଡ଼: ହାତୀ ଆକ୍ରମଣରେ ଜଣେ ମୃତ। ଦେବଗଡ଼ ରେଞ୍ଜ ଲଇମୁରା ସେକ୍ସନ ଅନ୍ତର୍ଗତ ଖୁଲଡିହି ଗ୍ରାମରେ ଘଟିଛି ଏହି ଅଘଟଣ। ମୃତକ ହେଲେ ଗ୍ରାମର ଟିକିରାମ ରୋହିଦାସଙ୍କ ପୁଅ ଶୋଭାରାମ ରୋହିଦାସ (୪୧)।

ସୂଚନା ଅନୁଯାୟୀ, ଶନିବାର ନିଜ ଜମିରେ କରିଥିବା ଫସଲକୁ ହାତୀଙ୍କ ଦାଉରୁ ରକ୍ଷା କରିବାକୁ ଯାଇଥିବାବେଳେ ତାଙ୍କୁ  ହାତୀ ଆକ୍ରମଣ କରି ଗୋଡ଼ରେ ଦଳି ଦେଇଥିଲା। ଗ୍ରାମବାସୀ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କ ମୃତଦେହ ଦେବଗଡ଼ ଡାକ୍ତରଖାନାର ଶବଗୃହରେ ରଖାଯାଇଛି। ରବିବାର ଶବ ବ୍ୟବଛେଦ କରାଯିବ। ସଂପୃକ୍ତ ଅଞ୍ଚଳରେ ସତର ଟିକିଆ ହାତୀପଲ ରହିଥିବା ସୂଚନା ମିଳିଛି।

Scroll to Top