ଇସଲାମାବାଦ, ୦୨ |୧୧ : ହାଇପରସୋନିକ୍ ମିସାଇଲ ପରୀକ୍ଷଣ କରିଛି ପାକିସ୍ତାନ । ଲୁଚାଚୋରାରେ କରାଯାଇଛି ଏହି ଟେଷ୍ଟିଂ । କିନ୍ତୁ ଏନେଇ ସିଧାସଳଖ କିଛି କହିବାକୁ ମନା କପରିଦେଇଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ । ଏପରି ପ୍ରଶ୍ନ ସର୍ବସାଧାରଣ ସ୍ଥାନରେ ନ ପଚାରିବାକୁ ସେ ଗଣମାଧ୍ୟମକୁ କହିଛନ୍ତି ।
ଅକ୍ଟୋବର ୨୮ ତାରିଖରେ ପାକିସ୍ତାନ ନିଜ ପ୍ରତିରକ୍ଷା କ୍ଷେତ୍ରରେ କିଛି ବଡ ଧରଣର ପଦକ୍ଷେପ ନେଇଥିଲା । ଏପରିକି ସେ ଶକ୍ତିଶାଳୀ ମିସାଇଲର ପରୀକ୍ଷଣ କରିଥିବା ଚର୍ଚ୍ଚା ହେଉଥିଲା । ଏନେଇ ସେଠାକାର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲା । କିନ୍ତୁ ଅତି ଚାଲାକ୍ ଭାବେ ସେ ଏହାର ଉତ୍ତର ଦେଇଥିଲେ ।
ସେ କହିଥିଲେ ଯେ, ଏପରି ପ୍ରଶ୍ନ ଆପଣମାନେ ପଚାରନ୍ତୁ ନାହିଁ । ଏନେଇ ସେ କିଛି କହିବେନି । ଏପରିକି ସେ ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ଦେଇନଥିଲା । ଯାହା ଉପରୁ ସେ ସସପେନ୍ସ ନ ହଟାଇ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲେ ।
ତେବେ ଅକ୍ଟୋବର ୨୮ ତାରିଖରେ କ୍ୱେଟା ଏବଂ ଆଖପାଖ ଅଞ୍ଚଳର ଆକାଶରେ କିଛି ଧୂଆଁ ଦେଖାଯାଇଥିଲା । ଯାହା ପରେ ବାଦଲ ଆକୃତି ନେଇଥିଲା । ଅନେକ ୟୁଜର ଏନେଇ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରିଥିଲେ । ସୂର୍ଯ୍ୟୋଦୟ ପୂର୍ବରୁ ଆକାଶରେ ଏମିତି କଣ ଦେଖାଯାଉଛି ବୋଲି ପ୍ରଶ୍ନ କରିଥିଲେ । ଯାହା ପରେ ପାକିସ୍ତାନର କିଛି ମିସାଇଲ ପରୀକ୍ଷଣ ନେଇ ଆଶଙ୍କାକୁ ଘନୀଭୂତ କରିଥିଲା ।
Rare Lenticular Cloud Formation Over Quetta
A lenticular cloud formation was observed in the early morning of Oct 28, 2025, over Koh e Murdaar – eastern range of Quetta city. The cloud appeared before sunrise, persisted for approx. 20 minutes, and dissipated just prior to sunrise pic.twitter.com/ovtvjXM3oy— Pak Met Department محکمہ موسمیات (@pmdgov) October 28, 2025
ଘଟଣା ପରେ ଏହାକୁ ପ୍ରଥମେ ଖାଓ୍ୱାଜା ଗୁଜବ ବୋଲି କହିଥିଲେ । କିନ୍ତୁ ଟେଲିଭିଜନ କାର୍ଯ୍ୟକ୍ରମରେ ସେ ଏହାକୁ ଗୁଜବ ନକହି ଖୋଲାଖୋଲି ଭାବେ ଏନେଇ ସେ କିଛି କହିପାରିବେ ନାହି ବୋଲି ପ୍ରକାଶ କରିଥିଲେ ।




