ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ଜୀବନବ୍ୟାପୀ ସମ୍ମାନ

ହାଇଟେକ୍-ମେଡିକାଲ-କଲେଜ-ଓ-ହସ୍ପିଟାଲର-ପ୍ରତିଷ୍ଠାତା-ଅଧ୍ୟକ୍ଷ-ଡଃ-ତିରୁପତି-ପାଣିଗ୍ରାହୀଙ୍କୁ-ଶିକ୍ଷା-ଓ-ସ୍ବାସ୍ଥ୍ୟ-ପାଇଁ-ଜୀବନବ୍ୟାପୀ-ସମ୍ମାନ

ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ଜୀବନବ୍ୟାପୀ ସମ୍ମାନ

Published By: Chikun – Prameya-News7 Bureau | October 16, 2025 11:31 PM

NEWS7

Dr. Tirupati Panigrahi awarded lifetime achievement award for education and health

ଭୁବନେଶ୍ବର: ସିକିମ୍‌ର ଆଇସିଏଫ୍‌ଆଇ ବିଶ୍ବବିଦ୍ୟାଳୟର ୧୮ ତମ ସମାବର୍ତ୍ତନ ଉତ୍ସବ ଏବଂ ସିକିମ୍ ରାଜ୍ୟର ୫୦ ବର୍ଷ ପୂର୍ତ୍ତି ଉତ୍ସବ ସିକିମ ଗ୍ୟାଙ୍ଗଟକ୍ ସ୍ଥିତ ଚିନ୍ତନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ହେଲେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ। ଡଃ ତିରୁପତିଙ୍କୁ ଓଡ଼ିଶାରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ତାଙ୍କର ବଳିଷ୍ଠ ନେତୃତ୍ବ, ଦୂରଦୃଷ୍ଟି ଏବଂ ଶିକ୍ଷା ପ୍ରତି ଆଜୀବନ ଉତ୍ସର୍ଗୀକୃତତା ପାଇଁ ସମ୍ମାନିତ କରାଯାଇଛି।

ଏହି ସମାରୋହରେ ମୁଖ୍ୟ ଅତିଥି ସିକିମ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିଶ୍ବନାଥ ସୋମଦ୍ଦର ଏବଂ ସମ୍ମାନିତ ଅତିଥି ଭାବେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ୍‌ ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଯୋଗଦେଇ, ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟ ତରଫରୁ ଜୀବନବ୍ୟାପୀ ସଫଳତାର ସମ୍ମାନ ପ୍ରଦାନ କରିଛନ୍ତି। ଏହା ସହ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏବଂ ସମ୍ମିଳିତ ବିକାଶ ପ୍ରତି ତାଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ଉପସ୍ଥିତ ଥିବା ଅତିଥିମାନେ।

​​​​​​​

Scroll to Top