ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମହାପ୍ରଭୁଙ୍କ ନାଁରେ ଥିବା ସବୁ ଭୂ-ସମ୍ପତ୍ତିକୁ ଜବରଦଖଲରୁ ମୁକ୍ତ କର

ହାଇକୋର୍ଟଙ୍କ-କଡ଼ା-ନିର୍ଦ୍ଦେଶ,-ମହାପ୍ରଭୁଙ୍କ-ନାଁରେ-ଥିବା-ସବୁ-ଭୂ-ସମ୍ପତ୍ତିକୁ-ଜବରଦଖଲରୁ-ମୁକ୍ତ-କର

ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମହାପ୍ରଭୁଙ୍କ ନାଁରେ ଥିବା ସବୁ ଭୂ-ସମ୍ପତ୍ତିକୁ ଜବରଦଖଲରୁ ମୁକ୍ତ କର

Published By: Kirti – Prameya-News7 Bureau | October 22, 2025 11:17 AM

NEWS7

highcourt

କଟକ ୨୨।୧୦ : ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ସମସ୍ତ ଭୂ-ସମ୍ପତ୍ତିକୁ ଜବରଦଖଲ ମୁକ୍ତ କରିବାକୁ ହେବ । ଜବର ଦଖଲକାରୀ ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାଆନ୍ତୁ ନା କାହିଁକି। ସେମାନଙ୍କ କବଳରୁ ମହାପ୍ରଭୁଙ୍କ ଜମିକୁ ମୁକ୍ତ କରିବାକୁ ପଡିବ ।

ଭଦ୍ରକ ରାଣୀତାଲ ଅଞ୍ଚଳରେ ଶ୍ରୀ ଜଗନ୍ନାଥଙ୍କ ଭୂ-ସମ୍ପତ୍ତି ଉପରେ ବେଆଇନ୍‌ ନିର୍ମାଣ ହେଉଛି । ଜବରଦଖଲ ମୁକ୍ତ କରିବାକୁ ପ୍ରଶାସନିକ ନିର୍ଦ୍ଦେଶ ଥାଇ ମଧ୍ୟକାର୍ଯ୍ୟକାରୀ ହୋଇନଥିଲା। ଯାହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସଦାନନ୍ଦ ବେହେରାଙ୍କ ସମେତ କିଛି ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ମାମଲାର ଶୁଣାଣି କରି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ମତରେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମ ଥିବା ସମସ୍ତ ଭୂ-ସମ୍ପତ୍ତିକୁ ଜବରଦଖଲ ମୁକ୍ତ କରିବାକୁ ହେବ । ଏପିରିକି ଜବରଦଖଲକାରୀ ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାଆନ୍ତୁ ନା କାହିଁକି । ତାଙ୍କୁ ଶ୍ରୀ ଜଗନ୍ନାଥଙ୍କ ଭୂ-ସମ୍ପତ୍ତିକୁ ଦଖଲ କରିବା ଆବଶ୍ୟକ । ଏଥିପାଇଁ ରାଜ୍ୟ ସରକାର ଜଣେ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ନିଯୁକ୍ତ କରିବେ। ଉକ୍ତ ଅଧିକାରୀ ମହାପ୍ରଭୁଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଚିହ୍ନଟ କରିବେ। ଯଦି ଜଗନ୍ନାଥଙ୍କର କୌଣସି ସମ୍ପତ୍ତି ରେକର୍ଡ ଭୁକ୍ତ ହୋଇନାହିଁ । ତାକୁ ସେ ସଂପୂର୍ଣ୍ଣ କରିବେ। ଏନେଇ ଜବରଦଖଲକାରୀଙ୍କ ପ୍ରତି କୌଣସି ସମବେଦନା ନଦେଖାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Scroll to Top