ହସ୍ପିଟାଲ ପାର୍କିଂରେ କାର୍ କାଚ ଭାଙ୍ଗି ନେଇଯାଇଥିଲେ ଟଙ୍କା ଓ ମୋବାଇଲ୍, ନାଁରେ ରହିଛି ୧୭ରୁ ଅଧିକ ମାମଲା
ରାଜଧାନୀରେ ମାତିଲେ କାର୍ କାଚ ଭଙ୍ଗା ଲୁଟେରା । ଲୁଟିନେଲେ ଆଇଫୋନ୍ ସହ ନଗଦ ୨୫ ହଜାର ଟଙ୍କା । ରାଜଧାନୀରେ ମାତିଲେ କାର୍ କାଚ ଭଙ୍ଗା ଲୁଟେରା, ଲୁଟିନେଲେ ଆଇଫୋନ ସହ ନଗଦ ୨୫ ହଜାର ଟଙ୍କା ।
Published By: Ruby – Prameya-News7 Bureau | March 27, 2026 03:31 PM
NEWS7
ଭୁବନେଶ୍ବର ୨୭।୩: କ୍ୟାପିଟାଲ ହସ୍ପିଟାଲ ପାର୍କିଂରେ କାର୍ କାଚ ଭାଙ୍ଗି ଲୁଟ୍ ଘଟଣା । ଲୁଟେରାକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ବାପୁଜୀନଗରରେ ଲୁଟ୍ ମୋବାଇଲ ବିକ୍ରି ବେଳେ ମାଡ଼ିବସିଲା ପୋଲିସ । ଗିରଫ ଲୁଟେରା ହେଉଛି ରାକେଶ ଖୁଣ୍ଟିଆ ଓରଫ ଟୁଟୁଲୁ । ରାକେଶ ନାଁରେ ୧୭ରୁ ଅଧିକ ମାମଲା ଥିବା କମିସନରେଟ୍ ପୋଲିସ ଜାଣିବାକୁ ପାଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖ ଦିନ ଅଭିଯୋଗକାରୀ ରଞ୍ଜିତ ବିଶ୍ୱାଳ କ୍ୟାପିଟାଲ ହସ୍ପିଟାଲ ପାର୍କିଂରେ କାର୍ ପାର୍କିଂ କରି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ପରେ ଆସି ଦେଖିଲା ବେଳକୁ ତାଙ୍କ କାର୍ କାଚ ଭାଙ୍ଗି ନଗଦ ୨୫ ହଜାର ଟଙ୍କା ଏବଂ ମୋବାଇଲ ଚୋରି କରିନେଇଥିଲେ ଲୁଟେରା । କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ତଦନ୍ତ କରିଥିଲା ପୋଲିସ ।




