ହଷ୍ଟେଲ ଅନ୍ତେବାସୀ ଗଣ୍ଡଗୋଳର ତଦନ୍ତ କରିବ କମିଟି, ସାମିଲ ଛାତ୍ରଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ହଷ୍ଟେଲ-ଅନ୍ତେବାସୀ-ଗଣ୍ଡଗୋଳର-ତଦନ୍ତ-କରିବ-କମିଟି,-ସାମିଲ-ଛାତ୍ରଙ୍କ-ବିରୋଧରେ-ନିଆଯିବ-ଆଇନଗତ-କାର୍ଯ୍ୟାନୁଷ୍ଠାନ

ହଷ୍ଟେଲ ଅନ୍ତେବାସୀ ଗଣ୍ଡଗୋଳର ତଦନ୍ତ କରିବ କମିଟି, ସାମିଲ ଛାତ୍ରଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

Published By: Ruby – Prameya-News7 Bureau | March 18, 2026 12:05 PM

NEWS7

BJB College

ଭୁବନେଶ୍ବର ୧୮।୩: ଭୁବନେଶ୍ବର ବିଜେବି କଲେଜ ଦୁଇ ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା । ତଦନ୍ତ କରିବାକୁ କଲେଜ ସ୍ତରରେ ଗଠନ ହେଲା କମିଟି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଣ୍ଡଗୋଳର ରିପୋର୍ଟ ଦେବ କମିଟି । ଗଣ୍ଡଗୋଳରେ ସାମିଲ ଛାତ୍ରଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ ।

ଫେରୱାଲ୍ ପାର୍ଟିରେ DJ ବଜାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏବେ ପରିସ୍ଥିତି ଶାନ୍ତ ଅଛି । ପ୍ରଥମେ ବୁଝାସୁଝା କରାଯାଇଥିଲା । ପରେ ପୁଣି ହଠାତ୍ ଘଟଣା ଘଟିଲା । ଆହତ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । କାହିଁକି ହେଲା ୨୪ ଘଣ୍ଟା ମଧ୍ୟରେ ତାର ରିପୋର୍ଟ ଦେବେ । ଆବଶ୍ୟକ ପଡ଼ିଲେ ପୋଲିସକୁ ସିସିଟିଭି ଫୁଟେଜ୍ ଦେବୁ । ପରିସ୍ଥିତି ନିୟନ୍ତ୍ରଣ ରଖାଯାଇ ଶିକ୍ଷାଦାନକୁ ଗୁରୁତ୍ଵ ଦିଆଯାଇଛି । ପୋଲିସ ନିକଟରେ ଅଭିଯୋଗ ହୋଇଛି । ପ୍ରକୃତ ଘଟଣା କମିଟି ରିପୋର୍ଟ ଆସିଲା ପରେ ଜଣାପଡ଼ିବ । ଏହି ଘଟଣା ଦୁର୍ଭାଗ୍ୟଜନକ । ଏହା ସମ୍ବେଦନଶୀଳ ଘଟଣା । ରିପୋର୍ଟ ଅସିଲା ପରେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେବି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ା ଲକ୍ଷ୍ମୀଧର ଭୋଳ କହିଛନ୍ତି ।

Also Read:- RIଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ, ରାଜି ହେଲେନି ବୋଲି ଏମିତି କଲେ ଯୁବକ

Scroll to Top