ନୂଆଦିଲ୍ଲୀ ୦୯/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା । ଇସ୍ରାଏଲ ଏବଂ ହମାସ ଆମେରିକା ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏକ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି । ଏହି ଚୁକ୍ତି ଗାଜାରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବ । ମାନେ ଅଶାନ୍ତ ଗାଜାରେ ଫେରିବ ଶାନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶତ୍ରୁତା ବନ୍ଦ ହେବା ଫଳରେ ବନ୍ଦୀମାନଙ୍କୁ ମୁକ୍ତ କରାଯିବ। ହମାସ ଗୁରୁବାର ଇଜିପ୍ଟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମାରେ ରାଜି ହୋଇଛି।
ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥଆଉଟରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, “ମୁଁ ଘୋଷଣା କରି ବହୁତ ଗର୍ବର ସହ କରୁଛି ଯେ ଇସ୍ରାଏଲ ଓ ହମାସ ଉଭୟ ଆମର ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି। ଏହାର ଅର୍ଥ ହେଉଛି ସମସ୍ତ ବନ୍ଧକଙ୍କୁ ବହୁତ ଶୀଘ୍ର ମୁକ୍ତ କରାଯିବ, ଏବଂ ଇସ୍ରାଏଲୀ ସେନା ଏକ ନିର୍ଦ୍ଦିଷ୍ଟ ସୀମାକୁ ପ୍ରତ୍ୟାହାର କରିବେ। ଏହା ସ୍ଥାୟୀ ଶାନ୍ତି ଦିଗରେ ପ୍ରଥମ ପଦକ୍ଷେପ।
ଟ୍ରମ୍ପ କାହିଁକି କାତାର ଓ ତୁର୍କୀକୁ ଧନ୍ୟବାଦ ଜଣାଇଛନ୍ତି:
ସେ କହିଛନ୍ତି, “ସମସ୍ତ ପକ୍ଷଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରାଯିବ । ଏହା ଆରବ ଓ ମୁସଲିମ ବିଶ୍ୱ, ଇସ୍ରାଏଲ, ସମସ୍ତ ପଡ଼ୋଶୀ ଦେଶ ଏବଂ ଆମେରିକା ପାଇଁ ଏକ ବଡ଼ ଦିନ। ଆମେ କାତାର, ମିଶର ଓ ତୁର୍କୀର ମଧ୍ୟସ୍ଥିମାନଙ୍କୁ ଧନ୍ୟବାଦ ଦେଉଛୁ । ଯେଉଁମାନେ ଏହି ଐତିହାସିକ ସଫଳତାକୁ ସମ୍ଭବ କରିବାରେ ଆମକୁ ସାହାଯ୍ୟ କରିଛନ୍ତି।
With the approval of the first phase of the plan, all our hostages will be brought home. This is a diplomatic success and a national and moral victory for the State of Israel.
From the beginning, I made it clear: we will not rest until all our hostages return and all our goals…
— Benjamin Netanyahu – בנימין נתניהו (@netanyahu) October 8, 2025
ଶାନ୍ତି ଚୁକ୍ତିନାମା ବିଷୟରେ ନେତାନ୍ୟାହୁ କ’ଣ କହିଥିଲେ ?
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଚୁକ୍ତିନାମା ଉପରେ ପ୍ରତିକ୍ରିୟା ଦେଇଛନ୍ତି। X ରେ ଏକ ପୋଷ୍ଟରେ ସେ କହିଛନ୍ତି, “ଶାନ୍ତି ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟରେ ସହମତ ହେବା ପରେ, ସମସ୍ତ ବନ୍ଧକ ଏବେ ଘରକୁ ଫେରିବେ। ଏହା ଇସ୍ରାଏଲ ପାଇଁ ଏକ କୂଟନୈତିକ ସଫଳତା ଏବଂ ଏକ ନୈତିକ ବିଜୟ। ଆମର ସମସ୍ତ ବନ୍ଧକଙ୍କୁ ଫେରାଇ ନଆସିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ।
ଇସ୍ରାଏଲ ଏବଂ ହମାସ ମାସ ମାସ ଧରି ଯୁଦ୍ଧରେ ଅଛନ୍ତି । କିନ୍ତୁ ଏବେ ଟ୍ରମ୍ପଙ୍କ ପ୍ରୟାସ ଯୋଗୁଁ ଶାନ୍ତି ଆଶା କରାଯାଉଛି। ଏହି ଶାନ୍ତି ଚୁକ୍ତିନାମାରେ ଆମେରିକା ସହିତ, ଇଜିପ୍ଟ ଏବଂ କାତାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, କାତାରର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲରହମାନ ଅଲ-ଥାନି ଆଲୋଚନାର ଅଂଶ ଥିଲେ।




