ଜେଲ୍ରୁ ଫେରିବା ପରେ ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ୍ ଧିମାନ ଚକମା
Published By: Kirti – Prameya-News7 Bureau | June 06, 2026 12:35 PM
NEWS7
ଭୁବନେଶ୍ୱର ୦୬।୦୬ : ଚାକିରିରେ ଯୋଗ ଦେଲେ ଆଇଏଏସ୍ ଧିମାନ ଚକମା । ଜେଲ୍ରୁ ଫେରିବା ପରେ ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ୍ ଧିମାନ ଚକମା । ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଆଇଏଏସ ଧିମାନ ଚକମା ।
ଖବର ଅନୁଯାୟୀ, ୨୦୨୧ ବ୍ୟାଚରେ ଆଇଏଏସ ଅଫିସର ଧିମାନ ଚକମା । ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । କଳାହାଣ୍ଡି ଧର୍ମଗଡ଼ର ସବ-କଲେକ୍ଟର ଥିବା ସମୟରେ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଲାଞ୍ଚ ନେବା ସମୟରେ ଧରାପଡିଥିଲା । ଲାଞ୍ଚ ନେବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ। ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ବିଭିନ୍ନ ଟିମ୍ ଗଠନ କରି ଅନେକ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଏପିରିକି ସର୍ଚ୍ଚ ବେଳେ ତାଙ୍କ ଘରୁ ୪୭ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା । ସେହିପରି ଧିମାନଙ୍କ ତ୍ରିପୁରା ରାଜଧାନୀରେ ଥିବା ପୈତୃକ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ଭିଜିଲାନ୍ସକୁ ଅନେକ ତଥ୍ୟ ମିଳିଥିଲା ।
ତେବେ ଭିଜିଲାନ୍ସ ହାତରେ ଧରାପଡିବା ପରେ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ଆଉ ନିଲମ୍ବନ ହଟିବା ପରେ ସେ ଚାକିରିରେ ଯୋଗ ଦେଇଛନ୍ତି। ରାଜସ୍ୱ ବିଭାଗରେ ଉପ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଧିମାନ ଚକମା । ମେ ମାସ ୨୧ ତାରିଖରେ ନିଯୁକ୍ତି ମିଳିବା ପରେ ଏବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।




