ୱାଶିଂଟନ : ଆମେରିକାରେ ବୈଜ୍ଞାନିକମାନେ ଏକ ମହା-ସୁନାମୀର ଚେତାବନୀ ଦେଇଛନ୍ତି। ହଜାର ହଜାର ଫୁଟ ଉଚ୍ଚତା ଯାଏ ଲହଡି ଉଠି ପାରେ। ଏହି ସୁନାମୀ ଆମେରିକୀୟ ପେସିଫିକ୍ କୋଷ୍ଟର କିଛି ଭାଗରେ ପ୍ରଭାବ ପକାଇ ପାରେ। ଉତ୍ତରୀ କାଲିଫର୍ଣ୍ଣିଆ ଠାରୁ ଭେଙ୍କୁବର ଦ୍ୱୀପ ଯାଏ ୬୦୦ ମାଇଲ ଯାଏ ଫଲ୍ଟ ଲାଇନ୍ ବ୍ୟାପିଛି। ବୈଜ୍ଞାନିକ ଟିନା ଡ୍ୟୁରାଙ୍କ ନେତୃତ୍ୱରେ ଭର୍ଜିନିଆ ଟେକ୍ର ରିସର୍ଚ୍ଚଙ୍କ କହିବାନୁସାରେ , ଆଗାମୀ ୫୦ବର୍ଷ ଭିତରେ କାସ୍କେଡିଆ ସବଡକ୍ସନ ଜୋନ୍ (ସିଏସଜେଡ)ରେ ୮.୦ ବା ସବୁଠୁ ଅଧିକ ତୀବ୍ରତାର ଭୂକମ୍ପ ଆସି ପାରେ।
ନ୍ୟାସନାଲ ଏକାଡେମୀ ଅଫ୍ ସାଇସେନ୍ସର ଏକ ସଦ୍ୟ ଅଧ୍ୟୟନରେ କେସ୍କେଡିଆ ସବଡକ୍ସନ ଜୋନ୍ର ଅଧ୍ୟୟନ କରାଯାଇଛି, ଯାହା ଏକ ଅଫଶୋର( ଉପତଟୀୟ) ଫଲ୍ଟ ଲାଇନ୍ , ଯାହା କାନାଡାର ଉତ୍ତରୀ ଭାଙ୍କୁବର ଦ୍ୱୀପକୁ କାଲିଫର୍ଣ୍ଣିଆର କେପ୍ ମେଣ୍ଡୋକିନୋ ଯାଏ ବ୍ୟାପିଛି। ଟିମ୍ ମୁଖ୍ୟ ରୂପେ କେସ୍କୋଡିଆ ସବଡକ୍ସନ ଜୋନ୍ର ସମ୍ବନ୍ଧରେ ବନ୍ୟା ବିପର୍ଯ୍ୟୟ ଓ ସାମୁଦ୍ରିକ ସ୍ତର ବୃଦ୍ଧି ଉପରେ ଅଧ୍ୟୟନ କରିଛି। ଅଧ୍ୟୟନ ଅନୁସାରେ, ଆଗାମୀ ୫୦ ବର୍ଷ ମଧ୍ୟରେ କାସ୍କେଡିଆ ସବଡକ୍ସନ ଜୋନ୍ ଭାଙ୍ଗିବାର ୧୫ ପ୍ରତିଶତ ସମ୍ଭାବନା ରହିଛି, ଏବଂ ୨୧୦୦ ମସିହା ଯାଏ ୨୯ ପ୍ରତିଶତ ସମ୍ଭାବନା ଅଛି। ଅଧ୍ୟୟନର ପ୍ରମୁଖ ଲେଖିକା ଟିନା ଡ୍ୟୁରା କହିଛନ୍ତି, ଆଜି ଓ ବିଶେଷକରି ୨୧୦୦ ରେ , ଯେବେ ପୃଷ୍ଠଭୂମି ସମୁଦ୍ର ସ୍ତର ବଢିବ , ଭୂକମ୍ପ ଜନିତ ଭୂସ୍ଖଳନର ତୁରନ୍ତ ପ୍ରଭାବ, କ୍ଷତିଗ୍ରସ୍ତ ସଂପତ୍ତି କାରଣରୁ ଭୂକମ୍ପର ମୁକାବିଲା ଓ ପୁନରୁଦ୍ଧାରରେ ବିଳମ୍ୱ ହେବ। ଦୀର୍ଘକାଳିନ ପ୍ରଭାବ ଅନେକ ଉପକୂଳ ସଂପ୍ରଦାୟକୁ ବାସହରା କରିପାରେ।
ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମରେ ସମ୍ଭାବିତ ପ୍ରଳୟକୁ ଭଲଭାବେ ଆକଳନ କରିବା ପାଇଁ ଟିମ୍ , ଅତୀତର ମହା ସୁନାମୀରୁ ମଧ୍ୟ ଅଧ୍ୟୟନ କରିଥିଲା। ଉଦହାରଣ ସ୍ୱରୂପ, ସାମୁଦ୍ରିକ ଅବପାତର ଯାଞ୍ଚ କରି , ବିଶେଷଜ୍ଞ ୧,୦୫,୦୦୦ ବର୍ଷ ପୂର୍ବେ ହୱାଇ ଦ୍ୱୀପ ଲାନାଇରେ ଆସିଥିବା ୧,୩୧୨ ଫୁଟ ଉଚ୍ଚ ସୁନାମୀର ସ୍ପଷ୍ଟ କରିବାରେ ସକ୍ଷମ ହୋଇଥିଲେ। ହେଲେ ସେ ସୁନାମୀ ଭିନ୍ନ ଥିଲା , କାରଣ ତାହା ଜ୍ୱାଳାମୁଖୀ ଭୂସ୍ଖଳନର କାରଣରୁ ହୋଇଥିଲା। କାସ୍କାଡିଆ ସବଡକ୍ସନ ଜୋନର କଥା ଯଦି କହିବା , ତ ଗତ ଥର ଟେକ୍ଟୋନିକ୍ ପ୍ଲେଟ୍ ୧୭୦୦ରେ ସ୍ଥାନାନ୍ତରିତ ହୋଇ ଥିଲା। ଏଥିରେ ରିକ୍ଟର ସ୍କେଲରେ ୮.୭ରୁ ୯.୨ ତୀବ୍ରତା ମଧ୍ୟରେ ଭୂକମ୍ପ ଆସି ଥିଲା। ପରିଣାମସ୍ୱରୂପ ଆସି ଥିବା ସୁନାମୀ ପଶ୍ଚିମୀ ଉପକୂଳ ଏବଂ ପ୍ରଶାନ୍ତ ମହାସାଗରର ପାର ହୋଇ ଜାପାନ, ଉଭୟକୁ ମଧ୍ୟ ପ୍ରଭାବିତ ହୋଇଥିଲା।
ଏବେ , ବିଶେଷଜ୍ଞ ମାନେ ଚେତାବନୀ ଦେଉଛନ୍ତି ଯେ, ଏହି କ୍ଷେତ୍ରରେ ଆଉ ଏକ ଭୂକମ୍ପ ଆସିବାକୁ ଯାଉଛି। ଡ୍ୟୁରା ଆହୁରି କହିଛନ୍ତି , ସବଡକ୍ସନ ଜୋନର ବୈଶ୍ୱିକ ବ୍ୟାପକତାକୁ ଦେଖି , ଏହି ସୂଚନା କାସ୍କେଡିଆ ବାହାରେ ପ୍ରାସଙ୍ଗିକ ରହିଛି ଏବଂ ସାରା ଦୁନିଆର ଟେକ୍ଟୋନିକ ରୂପେ ସକ୍ରିୟ କ୍ଷେତ୍ର ପାଇଁ ବିପଦର ଆକଳନ ଓ ପ୍ରଶମନ ରଣନୀତିକୁ ସୂଚିତ କରିଥାଏ। ଅଧ୍ୟୟନରେ ଚେତାବନୀ ଦିଆ ଯାଇଛି ଯେ, ସକ୍ରିୟ ବିପର୍ଯ୍ୟୟ ଯୋଜନା, ସ୍ଥାନାନ୍ତର ପ୍ରୋଟୋକଲ ଓ ସ୍ଥିର ନିର୍ମାଣ ବିନା ,ଏକ ବଡ ଭୂକମ୍ପର ପରିଣାମସ୍ୱରୂପ ୩୦,୦୦୦ରୁ ଅଧିକ ମୃତ୍ୟୁ ହୋଇ ପାରେ, ୧୭୦,୦୦୦ରୁ ଅଧିକ ଗଠନର କ୍ଷତି ହୋଇ ପାରେ ଏବଂ ୮୧ ବିଲିୟନ ଡଲାରରୁ ଅଧିକର ଆର୍ଥିକ କ୍ଷତି ହୋଇପାରେ।




