ସ୍ବାମୀ-ସ୍ତ୍ରୀ ଝଗଡ଼ା : ନିଜ ଦେହରେ ନିଆଁ ଲଗାଇ ଦେଲେ କନେଷ୍ଟବଳ

ସ୍ବାମୀ-ସ୍ତ୍ରୀ-ଝଗଡ଼ା-:-ନିଜ-ଦେହରେ-ନିଆଁ-ଲଗାଇ-ଦେଲେ-କନେଷ୍ଟବଳ

ସ୍ବାମୀ-ସ୍ତ୍ରୀ ଝଗଡ଼ା : ନିଜ ଦେହରେ ନିଆଁ ଲଗାଇ ଦେଲେ କନେଷ୍ଟବଳ

Published By: Ruby – Prameya-News7 Bureau | June 06, 2026 10:59 AM

NEWS7

Berhampur News

ଭୁବନେଶ୍ବର ୬।୬: ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ। ଏମଭି କନେଷ୍ଟବଳ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର କନଷ୍ଟେବଲ ଜଣକ ହେଲେ ଆଶୁତୋଷ ମୃଦଙ୍ଗିଆ। ପୋଲିସ ବିଭାଗରେ କାର୍ଯ୍ୟରତ ନିଜ ସ୍ତ୍ରୀଙ୍କ ସହ ତାଙ୍କର ଅନେକ ସମୟରେ ଝଗଡା ହୁଏ । ଏନେଇ ଅନେକ ମାମଲା ବିଚାରଧୀନ ରହିଛି । ଗତକାଲି ରାତିରେ କୌଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ଭିତରେ ଝଗଡା ହେବା ପରେ ଆଶୁତୋଷ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁର ଏସ୍ପି ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Scroll to Top