ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲା : ନିହାର ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

ସ୍ପେଶାଲ-otet-ପ୍ରଶ୍ନପତ୍ର-ଲିକ୍-ମାମଲା-:-ନିହାର-ମହାନ୍ତିଙ୍କ-ସମେତ-୮-ଅଭିଯୁକ୍ତଙ୍କୁ-ସର୍ତ୍ତମୂଳକ-ଜାମିନ

OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ମହାନ୍ତିଙ୍କ ସମେତ ୮ ଜଣଙ୍କ ଜାମିନ ମଞ୍ଜୁର । ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ବୋର୍ଡ ଉପ ସଭାପତି ଥିଲେ ନିହାର ମହାନ୍ତି । କୌଣସି ଅଭିଯୁକ୍ତଙ୍କୁ କନ୍‌ଫିଡେନସିଆଲ କାମରେ ନିଯୁକ୍ତ ନକରିବାକୁ ନିର୍ଦ୍ଦେଶ ।

Published By: Ruby – Prameya-News7 Bureau | March 05, 2026 03:13 PM

NEWS7

OTET

କଟକ ୫।୩: ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର ହୋଇଛି । ତେବେ କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କନ୍‌ଫିଡେନ୍ସିଆଲ  କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ତଦନ୍ତରେ ସହଯୋଗ କରିବା ଏବଂ ଟ୍ରାଏଲ କୋର୍ଟଙ୍କ ବିନା ଅନୁମତିରେ ଅଭିଯୁକ୍ତ ମାନେ ବିଦେଶ ଯାଇପାରିବେ ନାହିଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।

ଏ ଖବର ବି ପଢ଼ନ୍ତୁ:-ରାସ୍ତା କଡ଼ ଦୋକାନ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍, ଗୁରୁତର ମେଡିକାଲରେ ଭର୍ତ୍ତି

ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁଲାଇ ୧୯  ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ତାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେଲା । ଯାହା ଫଳରେ ପରୀକ୍ଷା ବାତିଲ ହେଲା । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଅଗଷ୍ଟ ୩ ତାରିଖରେ ଏହି ବୋର୍ଡର ଉପ ସଭାପତି ଥିବା ନିହାର ମହାନ୍ତି ଗିରଫ ହେଲେ । ପରେ ଆଉ ୭ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗିରଫଦାରୀ ପରଠାରୁ ସମସ୍ତ ଅଭିଯୁକ୍ତ ଜେଲ୍‌ରେ ଥିଲେ ।  ପ୍ରଶ୍ନପତ୍ର ପ୍ରଘଟ କାରଣରୁ ପ୍ରଥମେ ପରୀକ୍ଷା ବାତିଲ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ଗତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ହୋଇଥିଲା ସ୍ପେଶାଲ ଓଟିଇଟି ପରୀକ୍ଷା ।

Scroll to Top