ସ୍କୁଲରେ ବସି ମଦ ପିଇ ପିଲାଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା ; ସିଆରସିସି ବିରୁଦ୍ଧରେ ଆକ୍ସନ

ସ୍କୁଲରେ-ବସି-ମଦ-ପିଇ-ପିଲାଙ୍କୁ-ମାଡ଼-ମାରିବା-ପଡ଼ିଲା-ମହଙ୍ଗା-;-ସିଆରସିସି-ବିରୁଦ୍ଧରେ-ଆକ୍ସନ

ସ୍କୁଲରେ ବସି ମଦ ପିଇ ପିଲାଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା ; ସିଆରସିସି ବିରୁଦ୍ଧରେ ଆକ୍ସନ

Published By: Ruby – Prameya-News7 Bureau | February 28, 2026 03:30 PM

NEWS7

CRCC

ବଲାଙ୍ଗିର ୨୮।୨: ସ୍କୁଲରେ ମଦ ପିଇ ପିଲାଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ସିଆରସିସି ତରଣୀସେନ ଧରୁଆ । କୁଟେନ ପାଲି କ୍ଲଷ୍ଟର ଦାୟିତ୍ୱରେ ଥିଲେ ତରଣୀ ।

ଏ ଖବର ବି ପଢ଼ନ୍ତୁ:- ରାଜ୍ୟସଭା ନିର୍ବାଚନ ନେଇ ବିରୋଧୀଙ୍କ ମନମୋହନଙ୍କ ଟାର୍ଗେଟ, କଂଗ୍ରେସର ସଂଖ୍ୟା ନାହିଁ, ପ୍ରାର୍ଥୀ ଦେବ କିଏ ?

ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖରେ ସ୍କୁଲରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଜଣେ ଶିକ୍ଷକ ନଥିବା ବେଳେ ସ୍କୁଲ କମିଟି ଚେୟାରମ୍ୟାନଙ୍କ ସହ ବସି ସିଆରସିସି ମଦ ପିଉଥିବା ଅଭିଯୋଗ କରିଥିଲେ ସ୍କୁଲ ଛାତ୍ରଛାତ୍ରୀ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା । ସକାଳେ ଖବର ବାଜିବା ପରେ ସନ୍ଧ୍ୟାରେ ହୋଇଛି ଆକ୍ସନ । ତେବେ ସ୍କୁଲରେ ମଦ ପିଇ ପିଲାଙ୍କୁ ମାଡ଼ମାରିବା ଘଟଣାରେ ସିଆରସିସିଙ୍କୁ ନିଲମ୍ବିତ କରାଯାଇଛି । ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏଭଳି ଗୁରୁଙ୍କ ପାଇଁ ଚିନ୍ତିତ ଥିବା ପିଲାଙ୍କୁ ନ୍ୟାୟ ମିଳିଥିବା କୁହାଯାଉଛି ।

Scroll to Top