ସ୍କୁଲରେ ଆଳୁ ସିଝାଇବା ବେଳେ ଫାଟିଲା ପ୍ରେସର କୁକୁର, ଦୁଇ ପାଚିକା ଗୁରୁତର

ସ୍କୁଲରେ-ଆଳୁ-ସିଝାଇବା-ବେଳେ-ଫାଟିଲା-ପ୍ରେସର-କୁକୁର,-ଦୁଇ-ପାଚିକା-ଗୁରୁତର

ସ୍କୁଲରେ ଆଳୁ ସିଝାଇବା ବେଳେ ଫାଟିଲା ପ୍ରେସର କୁକୁର, ଦୁଇ ପାଚିକା ଗୁରୁତର

Published By: Ruby – Prameya-News7 Bureau | January 30, 2026 05:00 PM

NEWS7

Athgarh News

ଆଠଗଡ଼ ୩୦।୧: ସ୍କୁଲରେ ଚାଲିଥିଲା ରୋଷେଇ । ହଠାତ୍ ହେଲା ଭୀଷଣ ଶବ୍ଦ । ଉଡ଼ିଗଲା ଆଜବେଷ୍ଟସ । ଦୁଇ ଜଣ ମହିଳା ହେଲେ ଗୁରୁତର । ଆଠଗଡ଼ ବ୍ଲକ୍ ଅଧିନସ୍ଥ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ପ୍ରେସର କୁକର ଫାଟି ଦୁଇ ଜଣ ପାଚିକା ଗୁରୁତର ହୋଇଥିବା ବେଳେ ଉଡ଼ିଯାଇଛି ଘର ଆଜବେଷ୍ଟସ୍ । ଗୁରୁତରଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଆଠଗଡ଼ ବ୍ଲକ୍ ଅଧିନସ୍ଥ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଚାଲିଥିଲା । ପ୍ରେସର କୁକରରେ ଆଳୁ ସିଜିବା ସମୟରେ ହଠାତ ପ୍ରେସର କୁକରଟି ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ ରୋଷେଇ କରୁଥିବା ଗୋବିନ୍ଦମାଧବପୁର ଗ୍ରାମର ତୁଳସୀ ବେହେରା ଓ ଚଞ୍ଚଳା ନାୟକ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

Scroll to Top