ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଏସଓପିକୁ ମିଳିବ ମଞ୍ଜୁରୀ !
Published By: Kirti – Prameya-News7 Bureau | March 02, 2026 09:28 AM
NEWS7
ପୁରୀ ୦୨।୦୩ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ । ବୈଠକରେ ରତ୍ନ ଭଣ୍ଡାର ଗଣତିମଣତି ନିମନ୍ତେ ଦିନ ଧାର୍ଯ୍ୟ ବାବଦରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।
ଏ ଖବର ବି ପଢନ୍ତୁ:-ଏ ବର୍ଷ ଅଧିକ ଖରା, ମାର୍ଚ୍ଚରୁ ମେ’ ମାସ ଭିତରେ ୧୫ ଦିନ ହିଟ୍ଓ୍ବେଭ ଆକଳନ
ସେହିପରି ଗଣତିମଣତି ନେଇ ସରକାର ଏସ୍ଓପିକୁ ମଂଜୁରୀ ଦେଇଥିବାରୁ ଏହା ଉପରେ ପରିଚାଳନା କମିଟିରେ ଆଲୋଚନା ହେବ। ରତ୍ନଭଣ୍ଡାର ଖୋଲିବା ଓ ଗଣତିମଣତି ନେଇ ଧାର୍ଯ୍ୟ ଏସ୍ଓପି ନେଇ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପରିଚାଳନା କମିଟି ସମ୍ମତି ଦେବା ସହ ପଦକ୍ଷେପ ଚୂଡ଼ାନ୍ତ ହେବ। ଗଣତିମଣତି ଆସନ୍ତା ୩ ମାସ ସୁଦ୍ଧା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାରୀ ତତ୍ପରତା ପ୍ରକାଶ ପାଇଛି।
ଏ ଖବର ବି ପଢନ୍ତୁ:-ଇରାନରେ କେମିତି ଟ୍ରାକ୍ ହେଲା ଖାମେନିଙ୍କ ଲୋକେସନ ? ବିଶ୍ୱକୁ ଚମକାଇଲେ ଆମେରିକା-ଇସ୍ରାଏଲ




