ସୋମବାରଠୁ ପୋଲିଂ ସେଣ୍ଟରକୁ ଯିବେ ପୋଲିଂ ଅଧିକାରୀ, ସୁନାବେଡ଼ାର ଅପହଞ୍ଚ ୮ ବୁଥ୍ ପାଇଁ ହେଲିକପ୍ଟର ବ୍ୟବସ୍ଥା
Published By: Ruby – Prameya-News7 Bureau | November 09, 2025 02:23 PM
NEWS7
ନୂଆପଡ଼ା ୯।୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ଶେଷ ହେଉଛି ପ୍ରଚାର । ସନ୍ଧ୍ୟା ୬ଟାରେ ବେଳେ ପ୍ରଚାର ଶେଷ ହେବ । ଏହାପରେ ବାହାରୁ ଆସିଥିବା ବିଭିନ୍ନ ଦଳର ନେତା ଓ କର୍ମୀମାନେ ନୂଆପଡ଼ା ଛାଡ଼ି ଚାଲିଯିବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପରାମର୍ଶ ଦିଆଯାଇଛି ।
ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ଡିସ୍ପୋଜାଲ ସେଣ୍ଟରରେ ପହଞ୍ଚିଲା ଇଭିଏମ୍ ମେସିନ୍ । ସୋମବାର ଠାରୁ ଏଠାରୁ ପୋଲିଂ ସେଣ୍ଟରକୁ ପୋଲିଂ ଅଧିକାରୀ ଯିବେ ବୋଲି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ପୋଲିଂ ଅଧିକାରୀ ସୋମବାର ପ୍ରଥମାର୍ଦ୍ଧରେ ବୁଥ୍ରେ ପହଞ୍ଚିବେ । ଏଠାରେ ଗାଡ଼ିର ବ୍ୟବସ୍ଥା ପାଇଁ ମାଇକ୍ରୋ ପ୍ଲାନ୍ କରାଯାଇଛି । ସୁନାବେଡ଼ାର ଅପହଞ୍ଚ ୮ଟି ବୁଥ୍ ପାଇଁ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ନୂଆପଡ଼ା ଜିଲ୍ଲାପାଳ କହିଛନ୍ତି ।




