ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟରେ ସୁଧାର, ଦିନେ ଦୁଇଦିନ ମଧ୍ୟରେ ମିଳିପାରେ ହସ୍ପିଟାଲରୁ ଛୁଟି
ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଛି ଓ ତାଙ୍କୁ ଦିନେ ବା ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଛୁଟି ମିଳିପାରେ। ସୋନିଆଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ତାଙ୍କୁ ‘ସିଷ୍ଟମିକ ଇନଫେକ୍ସନ’ ହୋଇଥିଲା। ଏବେ ତାଙ୍କ ଉପରେ ଆଣ୍ଟିବୋୟାଟିକ୍ ଔଷଧର ଭଲ ପ୍ରଭାବ ପଡୁଥିବାର ଦେଖା ଯାଉଛି।
Published By: Biswanath – Prameya-News7 Bureau | March 27, 2026 03:20 PM
NEWS7
ନୂଆଦିଲ୍ଲୀ ୨୭।୩: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଛି ଓ ତାଙ୍କୁ ଦିନେ ବା ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଛୁଟି ମିଳିପାରେ। ସୋନିଆଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଜ୍ୱର ହେବା ଯୋଗୁ ତାଙ୍କୁ ମଙ୍ଗଳବାର ରାତି ପାଖାପାଖି ୧୦ଟା ୨୨ ମିନିଟ୍ ରେ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଅଧ୍ୟକ୍ଷ ଅଜୟ ସ୍ୱରୂପଙ୍କ ଅନୁସାରେ ସୋନିଆଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି ଓ ବର୍ତ୍ତମାନ ସେ ବେଶ୍ ଭଲ ଅଛନ୍ତି। ଡା. ସ୍ୱରୂପ କହିଛନ୍ତି ଯେ ସେ ଖାଇବା ପିଇବା ଆରମ୍ଭ କଲେଣି ଏଣୁ ତାଙ୍କୁ ହସ୍ପିଟାଲରୁ ଏବେ ଡିସଚାର୍ଜ କରାଯିବ।
ହସ୍ପିଟାଲରେ ସୋନିଆଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ତାଙ୍କୁ ‘ସିଷ୍ଟମିକ ଇନଫେକ୍ସନ’ ହୋଇଥିଲା। ଏବେ ତାଙ୍କ ଉପରେ ଆଣ୍ଟିବୋୟାଟିକ୍ ଔଷଧର ଭଲ ପ୍ରଭାବ ପଡୁଥିବାର ଦେଖା ଯାଉଛି। ସୋନିଆ ହସ୍ପିଟାଲରେ ଏକ ବରିଷ୍ଠ ଡାକ୍ତରଙ୍କ ଟିମ୍ ର ଦେଖରେଖରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖା ଯାଇଛି। ସୂତ୍ର ଅନୁସାରେ ଯେହେତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ଏବେ ଆଗ ପରି ଆଉ ଜଟିଳ ନାହିଁ ତଥାପି ସତର୍କତା ସ୍ୱରୂପ କିଛି ସମୟ ଲାଗି ସ୍ୱାସ୍ଥ୍ୟ ସମ୍ପର୍କିତ ଦେଖରେଖରେ ରଖା ଯାଇ ପାରେ।
Also Read..




