ସୋଆ କୃଷି ମହାବିଦ୍ୟାଳୟର ସ୍ୱତନ୍ତ୍ର ଏନଏସ୍‌ଏସ୍ ଶିବିର ଉଦଘାଟିତ, ଜାତୀୟ ସେବା ଯୋଜନାର ମନ୍ତ୍ରକୁ ପାଳନ ଶପଥ ନେଲେ ୧୦୦ ସ୍ବେଚ୍ଛାସେବୀ

ସୋଆ-କୃଷି-ମହାବିଦ୍ୟାଳୟର-ସ୍ୱତନ୍ତ୍ର-ଏନଏସ୍‌ଏସ୍-ଶିବିର-ଉଦଘାଟିତ,-ଜାତୀୟ-ସେବା-ଯୋଜନାର-ମନ୍ତ୍ରକୁ-ପାଳନ-ଶପଥ-ନେଲେ-୧୦୦-ସ୍ବେଚ୍ଛାସେବୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ କୃଷି ମହାବିଦ୍ୟାଳୟ ପକ୍ଷରୁ ଏନଏସ୍‌ଏସ୍‌ର ଏକ ୭-ଦିନିଆ ସ୍ୱତନ୍ତ୍ର ଶିବିର ଶୁକ୍ରବାର ସରଦେଇପୁର ଗ୍ରାମରେ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଉଦ୍‌ଘାଟନୀ ଶିବିରରେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ମୁଖ୍ୟ ଅତିଥି ଭାବେ  ଯୋଗ ଦେଇଥିବା ବେଳେ ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ରମେଶ ଚନ୍ଦ୍ର ବେହେରା, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏନଏସଏସ୍ ସଂଯୋଜକ ଡଃ କମଳ ଲୋଚନ ମହନ୍ତ, କୃଷି ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଶତାଧିକ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ ସତ୍ୟନାରାୟଣ ଶତପଥୀ ଓ ଡଃ ଶ୍ବେତା ରଥ ଶିବିରର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରିଥିଲେ। ଏହି ଶିବିରରେ ସ୍ୱଚ୍ଛତା ଅଭିଯାନ, ସଚେତନତା ରାଲି, ସ୍ୱାସ୍ଥ୍ୟ ପରୀକ୍ଷା, ବୃକ୍ଷ ରୋପଣ ଅଭିଯାନ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମ ସମ୍ମିଳିତ ରହିଛି । ଏଥିରେ ଅନ୍ୟ କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ନେହା ପ୍ରଧାନ ଓ ଡ଼ଃ ନିତିଶ କୁମାର ଜେନା ଯୋଗ ଦେଇଥିଲେ।

ପ୍ରାୟ ୧୦୦ ଜଣ ଏନଏସ୍‌ଏସ୍‌ର ସ୍ୱେଚ୍ଛାସେବକ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଜାତୀୟ ସେବା ଯୋଜନାର ମନ୍ତ୍ରକୁ ପାଳନ କରିବାର ଶପଥ ନେଇଥିଲେ। ଉଦ୍‌ଘାଟନ କାର୍ଯ୍ୟକ୍ରମର ଶେଷରେ ଏନଏସ୍‌ଏସ୍‌ର ସ୍ୱେଚ୍ଛାସେବକମାନଙ୍କ ଦ୍ୱାରା ଦୁଇଟି ରାଲି ଆୟୋଜିତ ହୋଇଥିଲା। ଏଥି ମଧ୍ୟରୁ ଗୋଟିଏ ମାଦକ ଦ୍ରବ୍ୟ ବିରୋଧୀ ସଚେତନତା ନିମନ୍ତେ ରାଲି ଓ ଅନ୍ୟଟି ଗାଁ ସର୍ବେକ୍ଷଣ।

Scroll to Top