ସୋଆ ଆଇବିସିଏସ୍ ପକ୍ଷରୁ “କେନ୍ଦ୍ର ବଜେଟ୍-୨୦୨୬” ଉପରେ ସ୍ୱତନ୍ତ୍ର ସେମିନାର ଆୟୋଜିତ

ସୋଆ-ଆଇବିସିଏସ୍-ପକ୍ଷରୁ-“କେନ୍ଦ୍ର-ବଜେଟ୍-୨୦୨୬”-ଉପରେ-ସ୍ୱତନ୍ତ୍ର-ସେମିନାର-ଆୟୋଜିତ

ସୋଆ ଆଇବିସିଏସ୍ ପକ୍ଷରୁ “କେନ୍ଦ୍ର ବଜେଟ୍-୨୦୨୬” ଉପରେ ସ୍ୱତନ୍ତ୍ର ସେମିନାର ଆୟୋଜିତ

Published By: Chikun – Prameya-News7 Bureau | February 17, 2026 10:26 PM

NEWS7

SOA IBCS organizes special seminar on

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଫେବୃଆରୀ ୨ ତାରିଖରେ ‘କେନ୍ଦ୍ର ବଜେଟ୍ -୨୦୨୬’ ଉପରେ ଏକ ସ୍ୱତନ୍ତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ପ୍ରମୁଖ ପରାମର୍ଶଦାତା ତଥା ମୁଖ୍ୟ ଅର୍ଥନୀତିଜ୍ଞ ବ୍ରଜମୋହନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ଦାସରଥୀ ମିଶ୍ର ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଡିଜିଏମ୍ ଦେବରାଜ ମିଶ୍ର ବକ୍ତା ଭାବେ ଯୋଗ ଦେଇ ବଜେଟ୍ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଆଇବିସିଏସର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର ମନୋରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସେମିନାରରେ ଡକ୍ଟର ମନୋଜ କୁମାର ସାହୁ ଏବଂ ଜ୍ୟୋତିରଂଜନ ଜେନାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ ଡାଇନାମିକସ୍ ଅଫ୍ ମ୍ୟୁଚ୍ୟୁଆଲ୍ ଫଣ୍ଡ’ ଶୀର୍ଷକ ପୁସ୍ତକକୁ ଉନ୍ମୋଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସୋସିଏଟ୍ ପ୍ରଫେସର (ଡ) ଅନିତା ସାହୁ ସଂଯୋଜିକା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ଡକ୍ଟର ରାମକୃଷ୍ଣ ମିଶ୍ର ଏବଂ ଡକ୍ଟର ପଲ୍ଲବୀ ମିଶ୍ର ପରିଚାଳନା କରିଥିଲେ ।

Scroll to Top