ନୂଆଦିଲ୍ଲୀ – କ୍ରିକେଟ୍ ପ୍ରଶଂସକମାନେ ଆଶା କରୁଥିଲେ କି ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ ର ଫାଇନାଲ ୨୮ ସେପ୍ଟେମ୍ୱରରେ ହୋଇପାରେ। କିନ୍ତୁ ସୁପର-୪ରେ ଭାରତ ଯେଉଁ ଭଳି ପାକିସ୍ତାନକୁ ହରାଇଲା, ଏହା ଉପରେ ଏବେ ହରଭଜନ ସିଂହଙ୍କ ଟିପ୍ପଣୀ ଆସିଛି। ହରଭଜନ ପାକିସ୍ତାନୀ ଟିମ୍କୁ ଟାର୍ଗେଟ୍ କରିଛନ୍ତି। ସେ ଇନଷ୍ଟାଗ୍ରାମ୍ ଷ୍ଟୋରୀ ସେୟାର କରି ପାକିସ୍ତାନ ଟିମ୍ ସହ ମଜା କରିଛନ୍ତି। ଭାରତ ପାକିସ୍ତାନର ମୁକାବିଲାକୁ ଏକ ତରଫା ବୋଲି ଟିପ୍ପଣୀ କରିଛନ୍ତି।
ପ୍ରସିଦ୍ଧ ସ୍ପିନର ହରଭଜନ ସିଂହ ଭାରତର ପାକିସ୍ତାନ ଉପରେ ୬ ୱିକେଟ୍ରେ ମିଳିଥିବା ବିଜୟକୁ ନେଇ କହିଛନ୍ତି- ଏବେ ସଣ୍ଡେ ନୁହେଁ , ବରଂ ଆସନ୍ତା ବର୍ଷ ଦୁଇ ଦେଶ ସାମ୍ନା ସାମ୍ନି ହେବେ। ସେତେବେଳକୁ ପାକ୍ ଟିମ୍ ଆଉ ଟିକେ ଶକ୍ତ ହୋଇଯିବ।
ବାସ୍ତବ କଥା ହେଲା , ହରଭଜନ ସିଂହଙ୍କର ଇସାରା ଏହି ଆଡ଼କୁ ଥିଲା ଯେ, ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ ୨୦୨୬ରେ ଦୁଇ ଦେଶ ମଧ୍ୟରେ ମୁକାବିଲା ହେବ। କାରଣ ପୂର୍ବରୁ ଏହା ଆଶା କରାଯାଉ ଥିଲାଯେ, ଦୁଇ ଦେଶ ଏସିଆ କପ୍ ୨୦୨୫ ଫାଇନାଲରେ ଖେଳି ପାରନ୍ତି।
ହରଭଜନ ଏହିଠାରେ ରହି ଯାଇ ନାହାନ୍ତି ,ସେ ଆହୁରି କହିଛନ୍ତି – ସେତେବେଳକୁ ଏହି ପିଲାମାନେ ଟିକେ ବଡ଼ ହୋଇ ଆସିଯିବେ। ତାଙ୍କ ପାଖରେ ଦମ୍ଭ ନାହିଁ। ହରଭଜନ ସିଂହ ଅଭିଷେକ ଓ ଶୁଭମନ ଗିଲ୍ଙ୍କ ବ୍ୟାଟିଂକୁ ନେଇ କହିଛନ୍ତି – ଆମ ଖେଳାଳି କୌଣସି ଗାଳି ଶୁଣିବେ ନାହିଁ, ଯଦି ସେ ଗୋଟିଏ ଗାଳି ଦେବେ , ଆମେ ଦୁଇଟି ଗାଳି ଦେବୁ।
ଏବେ ପାକିସ୍ତାନକୁ ସୁପର-୪ରେ ମଙ୍ଗଳବାର ( ୨୩ ସେପ୍ଟେମ୍ୱର) ଶ୍ରୀଲଙ୍କା ସହ ଖେଳିବାର ଅଛି, ଏହାପରେ ପାକିସ୍ତାନୀ ଟିମ୍ ଗୁରୁବାର ( ୨୫ ସେପ୍ଟେମ୍ୱର) ବାଂଲାଦେଶ ସହ ଖେଳିବାକୁ ଓହ୍ଲାଇବେ। ଭାରତୀୟ ଟିମ୍ର ଆଗାମୀ ସୁପର-୪ ମୁକାବିଲା ବୁଧବାର ( ୨୪ ସେପ୍ଟେମ୍ୱର) ବାଂଲାଦେଶ ସହ ହେବ। ଶୁକ୍ରବାର ( ୨୬ ସେପ୍ଟେମ୍ୱର)ରେ ଭାରତୀୟ ଟିମ୍ ଶ୍ରୀଲଙ୍କା ସହ ଖେଳିବାକୁ ଓହ୍ଲାଇବେ। ପାକିସ୍ତାନ ପାଇଁ ଏବେ ପୂରା ଟୁର୍ଣ୍ଣାମେଣ୍ଟ କର ବା ମର ଭଳି ସ୍ଥିତି ହୋଇ ଯାଇଛି।




