ସୁପ୍ରିମକୋର୍ଟ ରାୟ ନେଇ ଗେମ୍ ଖେଳିବାକୁ ଚେଷ୍ଟା କଲେ ଆହୁରି ଖରାପ ଟାରିଫ ଲଗାଇବୁ: ଡିଲ୍ କରିସାରିଥିବା ଦେଶଙ୍କୁ ଧମକାଇଲେ ଟ୍ରମ୍ପ

ସୁପ୍ରିମକୋର୍ଟ-ରାୟ-ନେଇ-ଗେମ୍-ଖେଳିବାକୁ-ଚେଷ୍ଟା-କଲେ-ଆହୁରି-ଖରାପ-ଟାରିଫ-ଲଗାଇବୁ:-ଡିଲ୍-କରିସାରିଥିବା-ଦେଶଙ୍କୁ-ଧମକାଇଲେ-ଟ୍ରମ୍ପ

ସୁପ୍ରିମକୋର୍ଟ ରାୟ ନେଇ ଗେମ୍ ଖେଳିବାକୁ ଚେଷ୍ଟା କଲେ ଆହୁରି ଖରାପ ଟାରିଫ ଲଗାଇବୁ: ଡିଲ୍ କରିସାରିଥିବା ଦେଶଙ୍କୁ ଧମକାଇଲେ ଟ୍ରମ୍ପ

ପ୍ରିମକୋର୍ଟଙ୍କ ଠାରୁ ନୀତିଶିକ୍ଷା ପାଇବା ପରେ ଏବେ ଅନ୍ୟ ଦେଶଗୁଡ଼ିକୁ ଧମକାଇବାରେ ବ୍ୟସ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କହିଲେ ଡିଲ୍ ଭାଙ୍ଗିବାକୁ ଚେଷ୍ଟା କଲେ ଆହୁରି ଖରାପ ଟାରିଫ ଲଗାଇବୁ।

Published By: abinash – Prameya-News7 Bureau | February 23, 2026 09:39 PM

NEWS7

Trump warns ‘much higher tariffs

ୱାଶିଂଟନନିଜ ଦେଶର ସୁପ୍ରିମକୋର୍ଟଙ୍କ ଠାରୁ ନୀତିଶିକ୍ଷା ପାଇବା ପରେ ଏବେ ଅନ୍ୟ ଦେଶଗୁଡ଼ିକୁ ଧମକାଇବାରେ ବ୍ୟସ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିକଟରେ ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ ଟାରିଫକୁ ଆବୈଧ ବୋଲି କହି ସମସ୍ତ ଟାରିଫ ରଦ୍ଦ କରି ଦେଇଥିଲେ। ଯାହା ଆଜି ମଧ୍ୟରାତ୍ରୀରୁ ଲାଗୁ ହେବ। ହେଲେ ତା’ ପୂର୍ବରୁ ବିଜନେଶ ପାର୍ଟନର ଦେଶମାନଙ୍କୁ ଧମକ ଦେଇଛନ୍ତି ଟ୍ରମ୍ପ। ସୁପ୍ରିମକୋର୍ଟ ରାୟ ଆସିବା ପୂର୍ବରୁ ଯେଉଁ ଦେଶମାନଙ୍କ ସହିତ ବାଣିଜ୍ୟ ଡିଲ୍ ହୋଇଥିଲା ଯଦି ସେମାନେ କିଛି ଗେମ୍ ଖେଳିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଉପରେ ଆହୁରି ବଡ଼ ଆମଦାନୀ ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ କହିଛନ୍ତି।

ଏନେଇ ଟ୍ରମ୍ପ ଟ୍ରୁଥ ସୋଶାଲରେ ପୋଷ୍ଟ କରି ଲେଖିଛନ୍ତି “ଯେଉଁ ଦେଶ ସୁପ୍ରିମକୋର୍ଟ ଦେଇଥିବା ହାସ୍ୟାସ୍ପଦ ରାୟକୁ ନେଇ ‘ଖେଳ ଖେଳିବାକୁ’ ଚାହାଁନ୍ତି, ବିଶେଷକରି ଯେଉଁ ଦେଶଗୁଡ଼ିକ ବର୍ଷ ବର୍ଷ ଧରି ଏବଂ ଦଶନ୍ଧି ଧରି ଆମେରିକାକୁ ଲୁଟି ଆସିଛନ୍ତି ସେମାନଙ୍କୁ ବହୁତ ଅଧିକ ଏବଂ ବର୍ତ୍ତମାନ ଯେଉଁ ସର୍ତ୍ତରେ ରାଜି ହୋଇଛନ୍ତି ତା’ଠାରୁ ବି ଖରାପ ଶୁଳ୍କ ଲାଗୁ କରାଯିବ।”

ପଢ଼ନ୍ତୁ- ପ୍ରଧାନମନ୍ତ୍ରୀ କାର୍ନିଙ୍କ ଭାରତ ଗସ୍ତ ପୂର୍ବରୁ ତହୱୁର ରାଣାର ନାଗରିକତା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କଲା କାନାଡ଼ା

ଟ୍ରମ୍ପ ପ୍ରଶାସନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏଡ଼ାଇବା ପାଇଁ ଆଉ ଏକ ଆଇନ ମାଧ୍ୟମରେ ପୁଣି ଏକ ଶୁଳ୍କ ଲାଗୁ କରିଛି। ୧୯୭୪ର ବାଣିଜ୍ୟ ଆଇନର ଧାରା ୧୨୨ ଅନୁଯାୟୀ ଏକ ଟ୍ରମ୍ପ ବିଶ୍ୱର ସବୁ ଦେଶ ଉପରେ ୧୫% ଗ୍ଲୋବାଲ ବେସଲାଇନ୍ ଶୁଳ୍କ ଘୋଷଣା କରିଛନ୍ତି। ପୂର୍ବରୁ ଏହା ୧୦ ପ୍ରତଶତ ଘୋଷଣା କରିଥିଲେ। ପରେ ଏହାକୁ ଆଉ ୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଥିଲେ। ତେବେ ଆଇନ କେବଳ ଜରୁରୀକାଳୀନ ପରିସ୍ଥିତିର ସମାଧାନ ପାଇଁ ଅସ୍ଥାନୀୟ ଭାବେ ଲଗାଯାଇଥାଏ। ଏହାର ଅବଧି ୧୫୦-ଦିନ ପର୍ଯ୍ୟନ୍ତ ରହିଥାଏ। ଏହାପରେ ସରକାର ପୁନଃ ସମୀକ୍ଷା କରି ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି।

ସୁପ୍ରିମକୋର୍ଟଙ୍କ ରାୟ ପରେ ସତର୍କ ବିଶ୍ୱ ପାର୍ଟନର

ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ଟ୍ରମ୍ପଙ୍କଅବୈଧ ଶୁଳ୍କଧମକରେ ଏକାଧିକ ଦେଶ ଆମେରିକା ସହିତବାଣିଜ୍ୟ ଚୁକ୍ତିକରିଥିଲେ। କିମ୍ବା କରିବା ଉପରେ ଆଲୋଚନା ଶେଷ ପର୍ଯ୍ୟାୟରେ ଥିଲେ। କାଳେ ସେହି ଦେଶମାନେ ଡିଲ୍ରୁଓହରିଯିବେ, ସେହି ଭୟରେ ଟ୍ରମ୍ପ ସମସ୍ତଙ୍କୁ ଧମକାଇବାକୁ ଚେଷ୍ଟା କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା କୋର୍ଟଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ୟୁରୋପୀୟ କମିଶନ ଏବଂ ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ ପୂର୍ବରୁ ହୋଇଥିବା ଚୁକ୍ତିଗୁଡ଼ିକୁ ପୁନଃ ସମୀକ୍ଷା କରିବାକୁ ସଂକେତ ଦେଇଛନ୍ତି। ଭାରତ ମଧ୍ୟ ଡିଲ୍ ହେବାକୁ ଥିବା ଆଲୋଚନାକୁ ଘୁଞ୍ଚାଇ ଦେଇଛି।

Scroll to Top