ସୁନ୍ଦରଗଡ଼ରେ ବୁଲୁଛି ବାଘ, ଭୟଭୀତ ସ୍ଥାନୀୟ ଲୋକେ
Published By : Prameya-News7 Bureau | August 11, 2025 IST

ସୁନ୍ଦରଗଡ଼ ୧୧।୦୮: ସୁନ୍ଦରଗଡ଼ରେ ବୁଲୁଛି ବାଘ । ସୁନ୍ଦରଗଡ଼ ଉଜ୍ଜ୍ଵଳପୁର ଫରେଷ୍ଟ ରେଞ୍ଜରେ ବୁଲୁଛି ବାଘ। ଯାହାଫଳରେ ସ୍ଥାନୀୟ ଲୋକେ ପୁରା ଭୟଭୀତ ଅବସ୍ଥାରେ ରହିଛନ୍ତି।

ଖବର ଅନୁଯାୟୀ, ରବିବାର ଛତିଶଗଡ-ଓଡ଼ିଶା ସୀମାନ୍ତ ଲେଫ୍ରିପଡ଼ା ଅଞ୍ଚଳରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା। ଆଜି ଦର୍ଲାପାଲି ଚାନ୍ଦିଲୀ ଜଙ୍ଗଲ ପଛପଟ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କ୍ୟାମେରା ମାଧ୍ୟମରେ ବାଘର ଗତିବିଧି ଉପରେ ନଜର ରଖାଯିବ ବୋଲି ଏସିଏଫ୍ ସୂଚନା ଦେଇଛନ୍ତି।
ସମ୍ବନ୍ଧିତ ଖବର







