ସିଙ୍ଗାପୁର ଇଣ୍ଡିଷ୍ଟ୍ରିଆଲିଷ୍ଟଙ୍କୁ ଓଡ଼ିଶା ଆସିବାକୁ ଆହ୍ଵାନ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସିଙ୍ଗାପୁର-ଇଣ୍ଡିଷ୍ଟ୍ରିଆଲିଷ୍ଟଙ୍କୁ-ଓଡ଼ିଶା-ଆସିବାକୁ-ଆହ୍ଵାନ-ଦେଲେ-କେନ୍ଦ୍ର-ମନ୍ତ୍ରୀ-ଧର୍ମେନ୍ଦ୍ର-ପ୍ରଧାନ

ଭୁବନେଶ୍ଵର: ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା   ବିଭାଗ ଏବଂ  ଉଚ୍ଚଶିକ୍ଷା ବିଭାଗ, ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ (GFTN) ସହଭାଗିତାରେ ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା ହବ୍ (I-GFTCH) ର ଆନୁଷ୍ଠାନିକ ଆରମ୍ଭ ହୋଇଛି। ଏହି ଅବସରରେ  ମେ ଫେୟାର କନଭେନସନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି GFTN ର ଗ୍ରୁପ୍ ସିଇଓ ଶ୍ରୀ  ସୋପନେନ୍ଦୁ ମହାନ୍ତି ।

ସିଙ୍ଗାପୁର ଇଣ୍ଡିଷ୍ଟ୍ରିଆଲିଷ୍ଟଙ୍କୁ ଓଡ଼ିଶା ଆସିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଟାଲେଣ୍ଟ, ଶାନ୍ତି ଓ ସଭଭାଗିତା ଓଡ଼ିଆଙ୍କର ଅଛି। ତେଣୁ ସିଙ୍ଗାପୁର ଓ ଓଡ଼ିଶା ର ମିଳିତ ଉଦ୍ୟମ ରେ ଯୁବ ଶିକ୍ଷିତ ବର୍ଗ କୁ ନେଇ ନୂତନ ଧାରା ସୃଷ୍ଟି ହେବ । ଅନ୍ୟପଟେ ଓଡ଼ିଆ ଯୁବ ଶିକ୍ଷିତ ବର୍ଗ କୁ ମଧ୍ୟ ଦୁଃସାହସୀ ହେବାକୁ ଦେଲେ ଆହ୍ବାନ। ଚାକିରି ପଛରେ ନଗୋଡାଇ ଚାକିରି ସୃଷ୍ଟି କରିବାକୁ ଯୁବ ବର୍ଗକୁ ପରାମର୍ଶ ଦେଇଛନ୍ତି। ଓଡ଼ିଆ ମାନେ ବୁଦ୍ଧିଆ ହେଲେ ଟିକେ ଅଧିକ ଭାଗ୍ୟବାଦୀ । ପ୍ରତିଯୋଗିତାରେ ଭାଗ ନିଅନ୍ତି ନାହିଁ।

Also read: ଉଦ୍ୟୋଗପତି ଲର୍ଡ ସ୍ୱରାଜ ପଲଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ

ତେଣୁ ଏହି ମନୋବୃତିରୁ ନିବୃତ ରହି ଆଗକୁ ବଢ଼ିବାକୁ ପଡ଼ିବ ବୋଲି କହିଛନ୍ତି। ବିଭିନ୍ନ ପ୍ରତିଯୋଗିତା କୁ ଓହ୍ଲାଇବାକୁ କହିଲେ। ଇନୋଭେଶନ ଆଣ୍ଡ entrepreneur ଓଡ଼ିଆ ବ୍ଲଡ଼ ରେ ଅଛି। ଏବେ ନ୍ୟୁ ଇ- entrepreneur କ୍ଳବ୍, ନ୍ୟୁ ଆଇ – ଇନୋଭେଶନ କ୍ଳବ୍ ଗଠନ କରାଯାଉଛି। ଓଡ଼ିଶାରେ ପୁଅ ଅପେକ୍ଷା ଝିଅ ମାନେ ଭଲ ପ୍ରଦର୍ଶନ କରନ୍ତି। ଉଦାହରଣ ଦେଇ ଜଗନ୍ନାଥ ମନ୍ଦିରରେ ମା ସୁଭଦ୍ରା,ମା ଲକ୍ଷ୍ମୀ, ମା ବିମଳାଙ୍କ କଥା ବି କହିଛନ୍ତି। ମହିୟସୀ ମହିଳା ମା ରମାଦେବୀ ଭଳି ଅନେକ ମହିୟସୀ ମହିଳାଙ୍କ ଅବଦାନ ବି ବଖାଣିଛନ୍ତି।

Scroll to Top