ସାହିଦ-ତୃପ୍ତିଙ୍କର ଆସିବାରେ ହେଲା ବିଳମ୍ବ, ‘ଓ ରୋମିଓ ଟ୍ରେଲର’ ଇଭେଣ୍ଟ ଛାଡି ଚାଲିଗଲେ ନାନା ପାଟେକର

ସାହିଦ-ତୃପ୍ତିଙ୍କର-ଆସିବାରେ-ହେଲା-ବିଳମ୍ବ,-‘ଓ-ରୋମିଓ-ଟ୍ରେଲର’-ଇଭେଣ୍ଟ-ଛାଡି-ଚାଲିଗଲେ-ନାନା-ପାଟେକର

ନୂଆଦିଲ୍ଲୀ ୨୨।୦୧; ଜଣାଶୁଣା ବରିଷ୍ଠ ଅଭିନେତା ନାନା ପାଟେକର ଓ ରୋମିଓ ଫିଲ୍ମ ଟ୍ରେଲର ଲଞ୍ଚହେବା ପୂର୍ବରୁ ରାଗି ଚାଲିଗଲେ । ଅନେକ ଅପେକ୍ଷା ପରେ ଧର୍ଯ୍ୟର ସୀମା ଅତିକ୍ରମ ହେତୁ ଏଭଳି ପଦକ୍ଷେପ ନାନା ପାଟେକର ନେଇଥିଲେ । ନାନା ପାଟେକର ଏହି ଫିଲ୍ମର ଜଣାଶୁଣା କଳାକାରଙ୍କ ମଧ୍ୟରୁ ଅନ୍ୟଜଣେ । ଫିଲ୍ମର ଟ୍ରେଲର ଶୁଭାରମ୍ଭ ନେଇ ନାନା ପାଟେକର ପ୍ରଥମେ ଇଭେଣ୍ଟରେ ପହଞ୍ଚିଥିଲେ । ହେଲେ ଅନ୍ୟ ସାଥୀ କଳାକାର ସାହିଦ୍ କପୁର୍ ଓ ତୃପ୍ତି ଡିମିରିଙ୍କ ଘଣ୍ଟା ଘଣ୍ଟା ବିଳମ୍ବ ହେବା କାରଣରୁ ନାନା ପାଟେକର ବିରକ୍ତ ହୋଇ ଇଭେଣ୍ଟ ଛାଡି ପଳେଇଯାଇଥିଲେ । ରିପୋର୍ଟ୍ ମୁତାବିକ ନାନା ପାଟେକର ଡେରି ନକରି ଇଭେଣ୍ଟ ଛାଡି ପଳେଇଯାଇଥିଲେ।

ନାନା ପାଟେକର ଇଭେଣ୍ଟରୁ ଯିବା ପରେ ଏହି ଘଟଣା ଆଲୋଚନାର ମୁଖ୍ୟ ବିଷୟବସ୍ତୁ ପାଲଟିଯାଇଥିଲା। ଯାହାପାଇଁ ନିର୍ଦ୍ଦେଶକ ବିଶ୍ବାଳ ଭରଦ୍ବାଜ ମଞ୍ଚ ଉପରେ ଯାଇ ଏ ବାବଦରେ ସଫେଇ ଦେଇଥିଲେ । ବିଶାଲ ଭରଦ୍ବାଜ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ ନାନା ପାଟେକର ଯିବା କଥା ଆଦୌ ଏକ ବଡ କଥା ନୁହେଁ । ଏହା ତାଙ୍କର ନୂଆ ଅନଦାଜ। ସୋ ଆହୁରି ମଧ୍ୟ କହିଛନ୍ତି ଯେ ନାନା ପାଟେକରଙ୍କୁ ଦୀର୍ଘ ୨୭ ବର୍ଷ ହେଲା ଜାଣିଛନ୍ତି। ତାଙ୍କର ପିଲାଳିଆମି ମଧ୍ୟ ସମସ୍ତେ ଜାଣିଛନ୍ତି । ବିଶାଲଙ୍କ ତାଙ୍କ ସହ କରିଥିବା ଏହା ହେଉଛି ପ୍ରଥମ ଫିଲ୍ମ । ନାନା ପାଟେକର ଇଭେଣ୍ଟ ଛାଡି ଚାଲିଯିବା ଘଟଣା ପରେ ବି ତଥାପି ସେ ନ ରାଗି ନାନାଙ୍କ ବିଷୟରେ ଭଲ କହିଛନ୍ତି । ସେ ନିଜ ଭୁଲ୍ ବି ମାନିଛନ୍ତି ଏବଂ କହିଛନ୍ତି ଆମେ ତାଙ୍କୁ ଅନେକ ଅପେକ୍ଷା କରାଇଲୁ ଏଥିରେ ତାଙ୍କର କିଛି ବି ଦୋଷ ନାହିଁ । ତାଙ୍କର ଏଭଳି ଜବରଦସ୍ତ ଅନନ୍ଦାଜ ପାଇଁ ସେ ବେଶ୍ ଜଣାଶୁଣା। ଏଥିରେ ଖରାପ ଲାଗିବାର ପ୍ରଶ୍ନ ଉଠୁନି ବରଂ ଏହା ନାନା ପାଟେକରଙ୍କ ପିଲାଳିଆମି ।

“Nana apne signature style me uthe aur kaha ki mujhe 1 ghanta wait karwaya aur chale gaye. Hume bura nahi laga because we know.. That’s what makes #NanaPatekar the Nana Patekar” – #VishalBhardwaj at #ORomeo trailer event pic.twitter.com/9nf8fa3MUR

— $@M (@SAMTHEBESTEST_) January 21, 2026

ସୋସିଆଲ୍ ମିଡିଆରେ ଏହି ଖବର ପ୍ରକାଶ ହେବା ପରେ ନାନାଙ୍କୁ ଅନେକ ଦର୍ଶକଙ୍କ ସମର୍ଥନ ମଧ୍ୟ ମିଳିଥିଲା । ଜଣେ ବ୍ୟବହାରକାରୀ ଲେଖିଛନ୍ତି, “… ମୁଁ ନାନାଙ୍କ ସହ ଠିଆ ହୋଇଛି। ସିଏ ଯାହା କରିଛନ୍ତି ଠିକ୍ କରିଛନ୍ତି। ଆଉ ଜଣେ କହିଛନ୍ତି ଯେ ମନେ ରଖ ଯେ ନାନା ପାଟେକର ରାଜା ମୌଳୀ ଫିଲ୍ମ ବି ଗ୍ରହଣ କରିନଥିଲେ। ବିନା ଷ୍କ୍ରିପ୍ଟରେ ନିଜେ ନଦେଖି ବାହୁବଳୀ ଓ ଆରଆରଆର୍ ଫିଲ୍ମରେ ନାନା ଦସ୍ତଖତ କରିଦେଇଥିଲେ। ଫ୍ୟାନ୍ସମାନେ ଆହୁରି କହିଛନ୍ତି ଯେ ନାନାଙ୍କ ଆତ୍ମସମ୍ମାନ ସବୁଠୁ ଭଲ। ତାଙ୍କ ଆତ୍ମସମ୍ମାନ ଆଗରେ କେହି ବି କିଛି ନୁହଁନ୍ତି । ତାଙ୍କର ଏଭଳି ଜବରଦସ୍ତ ଅନଦାଜ ପାଇଁ ସିଏ ନାନା ପାଟେକର । ଏହାକୁ ବାଦ୍ ଦେଇ କିଛି ସୋସିଆଲ୍ ମିଡିଆ ୟୁଜର୍ ମାନେ ମ୍ୟାନେଜମେଣ୍ଟର ଖରାପ ପ୍ରଦର୍ଶନ ହେତୁ ଏଭଳି ଘଟଣା ଘଟିଛି ବୋଲି ପ୍ରଶ୍ନ ଉଠାଇଠଛନ୍ତି। ଓ ରୋମିଓ ଫିଲ୍ମ ଜରିଆରେ ସାହିଦ୍ କପୁର ଏବଂ ବିଶାଳ ଭରଦ୍ବାଜ ସମ୍ପର୍କ ଏକ ଦଶକରୁ ଅଧିକ ସମୟ । ଅନେକ ଦିନ ହେବ ଉଭୟ କାମ କରୁଛନ୍ତି । ଏହା ପୂର୍ବରୁ ଦୁହେଁ ଫିଲ୍ମ କମିନେ ୨୦୦୯ ରେ ଏବଂ ହେଦର ଫିଲ୍ମ ୨୦୨୪ ରେ କାମ କରିଥିଲେ।

Scroll to Top