ସାରା ଦେଶ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ୍‌ , ଉଦ୍ଧାରକାର୍ଯ୍ୟ ଖୁବ୍ କଷ୍ଟକର : କିସ୍ତୱାଡ ବିପର୍ଯ୍ୟୟରେ ଫାରୁକ୍ ଅବଦୁଲ୍ଲାଙ୍କ ପ୍ରତିକ୍ରିୟା

ସାରା-ଦେଶ-ଭଗବାନଙ୍କୁ-ପ୍ରାର୍ଥନା-କରିବା-ଉଚିତ୍‌-,-ଉଦ୍ଧାରକାର୍ଯ୍ୟ-ଖୁବ୍-କଷ୍ଟକର-:-କିସ୍ତୱାଡ-ବିପର୍ଯ୍ୟୟରେ-ଫାରୁକ୍-ଅବଦୁଲ୍ଲାଙ୍କ-ପ୍ରତିକ୍ରିୟା

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର କିସ୍ତୱାଡ ଜିଲ୍ଲାରେ ବାଦଲ ଫାଟିବା ଘଟଣାରେ ବଡ଼ କ୍ଷୟକ୍ଷତିର ଆଶଙ୍କା କରାଯାଉଛି। ଏବେସୁଦ୍ଧା ୧୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ଏହାର କାରଣ ଏହା ଯେ, ଯେଉଁ ଚିସୋଟି ଗାଁରେ ଏହି ଘଟଣା ହୋଇଛି, ତାହା ମଚୈଲ ମାତାଙ୍କ ତୀର୍ଥଯାତ୍ରାର ରୁଟ୍‌ରେ ପଡ଼ିଥାଏ। ଏଠାରେ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ନିଜର ବେସ୍‌ କ୍ୟାମ୍ପ ତିଆରି କରନ୍ତି ଏବଂ ଟେଣ୍ଟ ଲଗାନ୍ତି। ଏବେବି ଏଠାରେ ଶହ ଶହ ବାହାର ଲୋକ ଉପସ୍ଥିତ ଥିବାର ଖବର ଅଛି। ଏହା ବ୍ୟତୀତ ଗାଁରେ ବହୁ ସଂଖ୍ୟାରେ ଲୋକେ ଅଛନ୍ତି। କୁହାଯାଉଛି ଯେ, ପାଖାପାଖି ଅଧା ଗାଁ ଭାସି ଯାଇଛି। ଏହି କ୍ଷୟକ୍ଷତି କେତେ ବଡ଼ ହୋଇପାରେ ଏବେ ଏହା ଆକଳନ କରିବା ମଧ୍ୟ ମୁସ୍କିଲ।

ଏହି ବିଷୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ, ଯେଉଁଠି ଏହି ଦୁର୍ଘଟଣା ହୋଇଛି, ସେଠାରେ ବହୁ ସଂଖ୍ୟାରେ ଲୋକେ ରୁହନ୍ତି। ସେ କହିଛନ୍ତି , ମୁଁ ଶୁଣିଲି ଯେ, ଅଧା ଗାଁ ବହି ଯାଇଛି। ଏହାର ଅର୍ଥ ଯେ,ବଡ଼ କ୍ଷତିର ଭୟ ରହିଛି। ଅବଦୁଲ୍ଲା କହିଛନ୍ତି ଯେ,ମୁଁ ସାରା ଦେଶର ଲୋକଙ୍କୁ ଅନୁରୋଧ କରୁଛି ଯେ , ସମସ୍ତେ ପ୍ରାର୍ଥନା କରନ୍ତୁ ଯେ, ଅଧିକ କ୍ଷୟକ୍ଷତି ନହେଉ। ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ,ବର୍ତ୍ତମାନ ଯେମିତି ପାଗ ଅଛି, ଏହି ସ୍ଥିତିରେ ହେଲିକପ୍ଟରରୁ ଉଦ୍ଧାର କାର୍ଯ୍ୟ କରାଯାଇ ପାରିବ ନାହିଁ। ଆମ୍ୱୁଲାନ୍ସରେ ହିଁ ଅଭିଯାନ ଆରମ୍ଭ କରିବାକୁ ହେବ। ସେ କହିଛନ୍ତି ଯେ,ବର୍ତ୍ତମାନ ପୂରା ରାଜ୍ୟରେ ହିଁ ଖୁବ୍ ବର୍ଷା ହେଉଛି , ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ମସ୍କିଲ ଆସିବ।

ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ, ହିମାଚଳ , ଉତ୍ତରାଖଣ୍ଡ ଓ ଜମ୍ମୁ-କାଶ୍ମୀରରେ ଏହିପରି ବାଦଲଫଟା ଘଟଣା ଖୁବ୍‌ ବଢି ଯାଇଛି। ସେ କହିଛନ୍ତି ଯେ, ଗ୍ଲୋବାଲ ୱାର୍ମିଂ ଯୋଗୁଁ ଆମକୁ ଏମିତି ସଙ୍କଟର ସାମ୍ନା କରିବାକୁ ପଡ଼ୁଛି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ , କେହି କଳ୍ପନା ବି କରି ନଥିଲେ ଯେ, ଜମ୍ମୁ କାଶ୍ମୀରରେ ଏହିପରି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିବ। ସ୍ଥାନୀୟ ପ୍ରଶାସନ ଭକ୍ତଙ୍କୁ ଅପିଲ କରିଛନ୍ତି ଯେ, ସେମାନେ ବର୍ତ୍ତମାନ ମଚୈଲ ମାତାଙ୍କର ଦର୍ଶନର ଯୋଜନାକୁ ସ୍ଥଗିତ ରଖନ୍ତୁ। ଗୃହ ମନ୍ତ୍ରୀ ଅମିତ ଶାହ ସିଏମ୍ ଫାରୁକ ଅବଦୁଲ୍ଲାଙ୍କ ସହ କଥା ହୋଇଛନ୍ତି ଏବଂ ଯଥା ସମ୍ଭବ ସାହାଯ୍ୟ କରିବାକୁ ଭରସା ଦେଇଛନ୍ତି।

Scroll to Top