ସାରା ଦେଶରେ BSNL 4G ସେବା ଲଞ୍ଚ: ଗାଁ ଠୁ ସହର ସବୁଠି ଆସିବ ନେଟୱର୍କ

ସାରା-ଦେଶରେ-bsnl-4g-ସେବା-ଲଞ୍ଚ:-ଗାଁ-ଠୁ-ସହର-ସବୁଠି-ଆସିବ-ନେଟୱର୍କ

ନୂଆଦିଲ୍ଲୀ: ସମସ୍ତ କ୍ଷେତ୍ରରେ ଦେଶକୁ ତ୍ମନିର୍ଭର କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାଶ ଜାରି ରହିଛି। ପ୍ରତିରକ୍ଷା କ୍ଷେତ୍ର ଠାରୁ ଆରମ୍ଭ କରି ବିନିର୍ମାଣ, ଉତ୍ପାଦନ ଆଦି କ୍ଷେତ୍ରରେ ନିୟମିତ ଭଲ ପ୍ରଦର୍ଶନ ଜାରି ରହିଥିବା ବେଳେ ଏବେ ଟେଲିକମ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି ଭାରତ। ସରକାରୀ କମ୍ପାନୀ ବିଏସଏନଏଲ୍‌ ସାରା ଦେଶରେ ଏହାର 4G ନେଟୱର୍କ ଲଞ୍ଚ କରିଛି। ତାହା ପୁଣି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟେକ୍ନୋଲୋଜୀରେ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଝାରସୁଗୁଡ଼ାରେ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୨୭ ସେପ୍ଟେମ୍ବର) BSNL ଦ୍ୱାରା ନିର୍ମିତି ୯୭,୫୦୦ରୁ ଅଧିକG ଟାୱରର ଉଦ୍‌ଘାଟନ କରିଛନ୍ତି। ଯେଉଁଥିରେ ୯୨,୬୦୦ ନୂଆ 4G ଟେକ୍ନୋଲୀ କ୍ଷମ ଟାୱାର ରହିଛି। ଏହି ନେଟୱାର୍କ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ମିତ ହୋଇଥିବା ବେଳେ ଏଗୁଡ଼ିକର ନିର୍ମାଣ ପାଇଁ ୩୭,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଲଞ୍ଚ ସହିତ ଦେଶରେ ଏବେ ସମସ୍ତ ଟେଲିକମ ସେବା 4G ଟେକ୍ନୋଜୀ କ୍ଷମ ହୋଇପାରିଛନ୍ତି। ପୂର୍ବରୁ ଜିଓ. ଏୟାରଟେଲ୍, ଭୋଡ଼ାଫୋନ-ଆଇଡିଆ(ଭିଆଇ) 4G 5G ସେବା ଯୋଗାଉଥିବା ବେଳେ ଏବେ ବିଏସଏନଏଲ୍‌ ଏଥିରେ ଯୋଡ଼ି ହୋଇଯାଇଛି।

କେବଳ ସେତିକି ନୁହେଁ, ନିଜସ୍ୱ ଟେଲିକମ୍ ଉପାଦାନ ପ୍ରସ୍ତୁତ କରୁଥିବା କିଛି ନିର୍ଦ୍ଦିଷ୍ଟ ଦେଶଗୁଡ଼ିକ ତାଲିକାରେ ଏବେ ଭାରତର ନାଁ ଯୋଡ଼ି ହେବ। ବିଏସଏନଏଲ୍‌ରେ ଏହି ଟେକ୍ନୋଲୋଜୀ ସମ୍ପୂର୍ଣ୍ଣ ଭାବରେ ଭାରତରେ ନିର୍ମିତ ଏବଂ ଭବିଷ୍ୟତରେ ଏହାକୁ 5G ସେବାରେ ଅପଗ୍ରେଡ୍ କରାଯାଇପାରିବ।

ଏହି ପ୍ରକଳ୍ପଟି ପୂର୍ବରୁ ସଂଯୋଗ ହୋଇନଥିବା ୨୬,୭୦୦ ରୁ ଅଧିକ ଗ୍ରାମକୁ ସଂଯୋଗ କରିବ, ଯେଉଁଥିରେ ଓଡ଼ିଶାର ୨,୪୭୨ ଗ୍ରାମ ରହିଛି। ଯାହା ମଧ୍ୟରୁ ଅନେକ ଦୁର୍ଗମ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଅବସ୍ଥିତ। ଏହି ସମ୍ପ୍ରସାରଣ ଦ୍ୱାରା ଅବହେଳିତ ଜନସଂଖ୍ୟା ପାଇଁ ମୋବାଇଲ୍ ସେବାର ଉପଲବ୍ଧତା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ବିଏସଏନଏଲ ଆଶା ରଖିଛି।

ଗାଁ ଓ ସହରରେ ବି ମିଳିବ 4G ଇଣ୍ଟରନେଟ୍

BSNL ନିଜର 4G ଟେକ୍ନୋଲୋଦୀ ଡେଭଲପ କରିଛି ଯାହା ଆଦୌ ବିଦେଶୀ ନୁହେଁ, ସମ୍ପୂର୍ଣ୍ଣ ସ୍ୱଦେଶୀ। ଏହାକୁ ଦେଶରେ ୯୮,000 ସ୍ଥାନରେ ଲଗାଯିବ। ଏହାର ଅର୍ଥ ହେଉଛି ସହର ଏବଂ ଗ୍ରାମ ସବୁଠି ଦ୍ରୁତ 4G ଇଣ୍ଟରନେଟ୍ ଉପଲବ୍ଧ ମିଳିବ ସବୁଠାରୁ ବଡ଼ କଥା ହେଲା BSNLର ସ୍ୱଦେଶୀ 4G ଷ୍ଟକ୍ ସହଜରେ 5Gକୁ ଅପଗ୍ରେଡ୍ କରାଯାଇପାରିବ। ଏହା କ୍ଲାଉଡ୍-ବେସ୍ଡ ଓ ଫ୍ୟୁଚର ରେଡି ଡିଜାଇନ୍ ଯୁକ୍ତ। ଏହାର ଅର୍ଥ ହେଉଛି କୌଣସି ବଡ଼ ହାର୍ଡୱେର୍ ପରିବର୍ତ୍ତନ ବିନା, ଏକ ସଫ୍ଟୱେର୍ ଅପଡେଟ୍ ସହିତ 5Gକୁ ପରିବର୍ତ୍ତନ କରାଯାଇପାରିବ ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ସେମଲେସଲି 5G ଅପଗ୍ରେଡବଲ ନେଟୱର୍କ। ତେଣୁ ଏଥିରୁ ସ୍ପଷ୍ଟ ଯେ  4G ଲଞ୍ଚ ହେବା ପରେ ଖୁବ୍‌ଶୀଘ୍ର ଏହାର 5G ପ୍ରସ୍ତୁତ ହୋଇଯିବ।

4G ପାଇଁ ବିଏସଏନଏଲ୍‌ରେ ଯେଉଁ ନୂଆ ଟାୱାର ରହିବ ସେଗୁଡ଼ିକ ସୌରଶକ୍ତିରେ ଚାଲିବା ପାଇଁ ଡିଜାଇନ୍ କରାଯାଇଛି। ଏହା ଭାରତର ସର୍ବବୃହତ ସବୁଜ ଟେଲିକମ୍ ନେଟୱାର୍କ ହେବ। ଏହି ପଦକ୍ଷେପ ଶକ୍ତି ସଂରକ୍ଷଣ କରିବ ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବ। ଏହି ପଦକ୍ଷେପ ସ୍ଥାୟୀ ବିକାଶ ଏବଂ ଡିଜିଟାଲ୍ ଇଣ୍ଡିଆ ଉଭୟକୁ ସୁଦୃଢ଼ ​​କରିବ। କିନ୍ତୁ ଚିନ୍ତାର ବିଷୟ ହେଲା କେନ୍ଦ୍ର ସରକାରଙ୍କର ଅତ୍ୟଧିକ ବିଳମ୍ବତା ଯୋଗୁ ଲୋକଙ୍କର ବିଏସଏନଏଲ୍ ଉପରେ ବିଶ୍ୱାସ କମି କମିଯାଉଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଏହାର ଗ୍ରାହକ ସଂଖ୍ୟା ଦ୍ରୁତ ଗତିରେ କମୁଛନ୍ତି। ଗ୍ରାହକଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନହେବାରୁ ଗ୍ରାହକମାନେ ଅଧିକ ପଇଶା ନେଉଥିବା ଘରୋଇ ଟେଲିକମ ସର୍ଭିସ୍‌କୁ ବାଛିବାକୁ ବାଧ୍ୟ ହେଉଛନ୍ତି।

ଏହା ସହିତ, ପ୍ରଧାନମନ୍ତ୍ରୀ ଡିଜିଟାଲ୍ ଭାରତ ନିଧି ପଦକ୍ଷେପ ମାଧ୍ୟମରେ ଭାରତର 100 ପ୍ରତିଶତ 4G ସାଚୁରେସନ୍ ନେଟୱାର୍କକୁ ପ୍ରଚଳନ କରିଥିଲେ, ଯାହା ଏକ କେନ୍ଦ୍ରିତ, ମିଶନ-ମୋଡ୍ ପ୍ରକଳ୍ପରେ 29,000 ରୁ 30,000 ଗ୍ରାମକୁ ସଂଯୋଗ କରିଥାଏ।

ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ର ଜୁଲାଇ 2025 ର ତଥ୍ୟ ଅନୁସାରେ BSNL ଏବଂ MTNL କ୍ରମାଗତ ଭାବରେ ଗ୍ରାହକ ହରାଉଛନ୍ତି। ଜୁଲାଇ ମାସରେ BSNL ୧.୦୧ ଲକ୍ଷ ଗ୍ରାହକ ହରାଇଛି। ସେପଟେ ଘରୋଇ ଟେଲିକମ କମ୍ପାନୀଜିଓ ଜୁଲାଇରେ ସର୍ବାଧିକ ୪.୮୩ ଲକ୍ଷ ନୂE ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ଜୁଲାଇରେ ୪.୬୪ ଲକ୍ଷ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିଛି। ଏହି ଦୁଇ ଘରୋଇ କମ୍ପାନୀ ଗ୍ରାହକଙ୍କ ଠାରୁ ଅଧିକ ଚାର୍ଜ ନେଉଥିଲେ ବି ବିକଳ୍ପର ଅଭାବ ଥିବାରୁ ଗ୍ରାହକମାନେ ଦୁଇ ଟେଲିକମ କମ୍ପାନୀଙ୍କର ମନମାନୀର ଶିକାର ହେଉଛନ୍ତି। ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କର 4G ସର୍ଭିସ୍‌ ଲଞ୍ଚ ତୃଣମୂଳ ସ୍ତରରେ କେତେ କାମ କରିବ ଓ ଏହା ଗ୍ରାହକଙ୍କୁ କେତେ ମାତ୍ରାରେ ଯୋଡ଼ିପାରିବ ତାହା ଦେଖିବା ବାକି ରହିଲା।

Scroll to Top