ସାରଙ୍ଗଧର ସେତୁ ଉପରେ ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା : ୨ ଆରୋହୀ ମୃତ ଓ ସ୍କୁଟି ଚାଳକ ଗୁରୁତର

ସାରଙ୍ଗଧର-ସେତୁ-ଉପରେ-ସ୍କୁଟି-ବାଇକ୍-ମୁହାଁମୁହିଁ-ଧକ୍କା-:-୨-ଆରୋହୀ-ମୃତ-ଓ-ସ୍କୁଟି-ଚାଳକ-ଗୁରୁତର

ସାରଙ୍ଗଧର ସେତୁ ଉପରେ ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା : ୨ ଆରୋହୀ ମୃତ ଓ ସ୍କୁଟି ଚାଳକ ଗୁରୁତର

Published By: Ruby – Prameya-News7 Bureau | November 16, 2025 06:09 PM

NEWS7

Dhenkanal

ଢେଙ୍କାନାଳ ୧୧ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ବ୍ରାହ୍ମଣୀ ସାରଙ୍ଗଧର ସେତୁ ଉପରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ୍‌ରେ ଥିବା ଦୁଇ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ବାଇକ୍ ଆରୋହୀ ମାନେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କେଉଟବେରେଣୀ ଗ୍ରାମର ସତ୍ୟଜିତ ବରାଳ ଓ ବାପୁନି ବରାଳ ବୋଲି ଜଣାପଡିଛି । ତେବେ ଗୁରୁତର ସ୍କୁଟି ଆରୋହୀଙ୍କ ପରିଚୟ ମିଳିପାରିନାହିଁ ।

ଦୁର୍ଘଟଣା ପରେ ଏହି ସେତୁ ଉପରେ କିଛି ସମୟ ପାଇଁ ରାସ୍ତା ଅବରୋଧ ପାଇଁ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ବାଇ ଏହି ଦୁଇ ଜଣ ଯୁବକ ଢେଙ୍କାନାଳରୁ କାମାକ୍ଷାନଗର ଯାଉଥିବା ବେଳେ କାମାକ୍ଷାନଗର ପଟୁ ଏକ ସ୍କୁଟି ଆସୁଥିଲା । ସେତୁ ଉପରେ ଉଭୟ ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Scroll to Top