ସାମାନ୍ୟ ଥାକୁ ନେଇ ବଚସା, ବିବାଦରୁ ଚାଲିଗଲା ଜଣଙ୍କ ଜୀବନ!
Published By: Kirti – Prameya-News7 Bureau | February 11, 2026 08:12 AM
NEWS7
ସୋନପୁର ୧୧।୦୨ : ସୋନପୁର ଜିଲ୍ଲା ବିନିକାରେ ଛୁରାମାଡ଼ । ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି ।ମୃତକ ନୂଆପଡ଼ାର ସୋମନାଥ ମେହେର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବିନିକା ସହର ନୂଆପଡ଼ା ଠାରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା । ଏହି ବଚସାରୁ ଛୁରାମାଡ଼ ହୋଇଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ସୋନପୁର ବିନିକା ନୂଆପଡ଼ାର ସୋମନାଥ ମେହେର ହୋଇଥିବା ବେଳେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।




