ସାଉଦୀ ଆରବ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ଗୋଟିଏ ପରିବାରର ୩ ପିଢୀଙ୍କ ୧୮ ସଦସ୍ୟ

ସାଉଦୀ-ଆରବ-ବସ୍-ଦୁର୍ଘଟଣାରେ-ପ୍ରାଣ-ହରାଇଲେ-ଗୋଟିଏ-ପରିବାରର-୩-ପିଢୀଙ୍କ-୧୮-ସଦସ୍ୟ

ହାଇଦ୍ରାବାଦ ୧୭।୧୧: ସାଉଦୀ ଆରବରେ ଏକ ତୈଳ ଟ୍ୟାଙ୍କର ସହ ଧକ୍କା ଲାଗି ଜଳି ଯାଇଥିବା ବସ୍ ରେ ଗୋଟିଏ ପରିବାରର ୩ ପିଢୀଙ୍କ ୧୮ ସଦସ୍ୟ ପ୍ରାଣ ହରାଇଥିବା ଜଣାପଡିଛି। ହାଇଦ୍ରାବାଦରେ ସମ୍ପର୍କୀୟ ସୋମବାର ଏହି ସୂଚନା ଦେଇଛନ୍ତି। ସମ୍ପର୍କୀୟ ମହମଦ ଅସଲମ କହିଛନ୍ତି ଯେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ଶେଖ୍ ନଜିରୁଦ୍ଦୀନ ତାଙ୍କ ପତ୍ନୀ, ପୁଅ, ୩ ଝିଅ ଓ ନାତି, ନାତୁଣୀଙ୍କ ସହ ମଦିନା ଯାଉଥିଲେ। ସେ କହିଛନ୍ତି ଯେ ଏହା ଦୁର୍ଘଟଣା ଥିଲା ନା ଆଉ କଣ ଆମେ ଜାଣୁନା। ହେଲେ ବସ୍ ରେ ଶେଖ୍ ନଜିରୁଦ୍ଦିନ ଓ ତାଙ୍କ ପରିବାରର ୧୮ ଜଣ ଥିଲେ।

ନଜିରୁଦ୍ଦିନଙ୍କର ଆଉ ଗୋଟିଏ ପୁଅ ଅଛି। ସେ ଏବେ ଆମେରିକାରେ ରହୁଛନ୍ତି। ଅସଲମ ଘଟଣା ଓ ସେମାନଙ୍କୁ ମଦିନା ପଠାଇଥିବା ଟ୍ରାଭେଲ ଏଜେନ୍ସୀର ତଦନ୍ତ ଦାବି କରିଛନ୍ତି। ତେବେ ହାଇଦ୍ରାବାଦ ପୋଲିସ ମୁଖ୍ୟ ଭି.ସି.ସଜ୍ଜନାର ସୋମବାର କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁସାରେ ସାଉଦୀ ଆରବର ମଦିନାରେ ଏକ ତୈଳ ଟ୍ୟାଙ୍କର ସହ ଯାତ୍ରୀବାହୀ ବସ୍ ଧକ୍କା ଲାଗି ଜଳି ଯାଇଛି। ଫଳରେ ୪୫ଜଣଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟେର ଅଧିକାଂଶ ହାଇଦ୍ରାବାଦର ଥିଲେ। ତେବେ ହତାହତଙ୍କ ସମ୍ପର୍କରେ ସାଉଦୀ ଅଧିକାରୀ ଅଥବା ଭାରତ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଅଧିକାରୀକ ବୟାନ ଆସି ନାହିଁ। ଉଲ୍ଲେଖଯୋଗ୍ୟ ଯେ ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ କେବଳ ଜଣିଏ ଯାତ୍ରୀ ଜୀବିତ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ତାର ସୂଚନା ମଧ୍ୟ ନାହିଁ।

Scroll to Top