ସରୀସୃପଙ୍କ ଖାଦ୍ୟ, ଲକ୍ଷେ ବିରଳ ଅସରପା, ଦାମ୍-୨ ଲକ୍ଷ ଅଷ୍ଟ୍ରେଲୀୟ ଡଲାର; କାହିଁକି ଚଢାଉ କରି ଧରିଲା ପୋଲିସ

ସରୀସୃପଙ୍କ-ଖାଦ୍ୟ,-ଲକ୍ଷେ-ବିରଳ-ଅସରପା,-ଦାମ୍-୨-ଲକ୍ଷ-ଅଷ୍ଟ୍ରେଲୀୟ-ଡଲାର;-କାହିଁକି-ଚଢାଉ-କରି-ଧରିଲା-ପୋଲିସ

ସରୀସୃପଙ୍କ ଖାଦ୍ୟ, ଲକ୍ଷେ ବିରଳ ଅସରପା, ଦାମ୍-୨ ଲକ୍ଷ ଅଷ୍ଟ୍ରେଲୀୟ ଡଲାର; କାହିଁକି ଚଢାଉ କରି ଧରିଲା ପୋଲିସ

ଅଷ୍ଟ୍ରେଲିଆରେ ବେଆଇନ ଜୀବଜନ୍ତୁ କାରବାର ଉପରେ ଚଢଉ କରି ଜଣେ ବ୍ୟବସାୟୀଙ୍କ ପାଖରୁ ପ୍ରାୟ ୧,୦୦,୦୦୦ରୁ ଅଧିକ ଜୀବନ୍ତ ବିଦେଶୀ ଅସରପା ଜବତ କରାଯାଇଛି । ଏହି ଅସରପାଗୁଡ଼ିକ ମଧ୍ୟରୁ କେତେକ ମଣିଷର ହାତ ପାପୁଲି ଭଳି ବଡ଼ ଆକାରର । ଅଷ୍ଟ୍ରେଲିଆର ଅଧିକାରୀମାନଙ୍କ କହିବା ଅନୁସାରେ, ଏହା ଦେଶର ଇତିହାସରେ ଅମେରୁଦଣ୍ଡୀ ପ୍ରାଣୀ ଜବତ ହେବାର ସବୁଠାରୁ ବଡ଼ ଘଟଣା ।

Published By: Ajit – Prameya-News7 Bureau | June 05, 2026 07:18 PM

NEWS7

Cockroaches

ନୂଆଦିଲ୍ଲୀ: ସୀମା ପାର୍ ହୋଇ ଆସିଥିଲେ । ଗୋଟିଏ କି ଦୁଇଟି ନୁହେଁ, ସଂଖ୍ୟା ଲାକ୍ଷାଧିକରେ ! ଯେଉଁମାନଙ୍କୁ ଦେଖିଲେ ମଣିଷର ଦେହ ଶିହରି ଉଠିବ । ଯାହାର ଗୋଟିଏ ଝଲକ ମଣିଷକୁ ଭୟଭୀତ କରି ଦିଏ । ସେମାନଙ୍କର ଏକ ବିଶାଳ ସାମ୍ରାଜ୍ୟ ଠାବ ହୋଇଛି । ଅଷ୍ଟ୍ରେଲିଆରେ ଇତିହାସର ସବୁଠାରୁ ବଡ଼ ଚଢ଼ଉ ହୋଇଛି । ପ୍ରଶାସନର ଆଖି ଖୋସି ହୋଇଯାଇଛି ।

ଅଷ୍ଟ୍ରେଲିଆରେ ବେଆଇନ ଜୀବଜନ୍ତୁ କାରବାର ଉପରେ ଚଢଉ କରି ଜଣେ ବ୍ୟବସାୟୀଙ୍କ ପାଖରୁ ପ୍ରାୟ ୧,୦୦,୦୦୦ରୁ ଅଧିକ ଜୀବନ୍ତ ବିଦେଶୀ ଅସରପା ଜବତ କରାଯାଇଛି । ଏହି ଅସରପାଗୁଡ଼ିକ ମଧ୍ୟରୁ କେତେକ ମଣିଷର ହାତ ପାପୁଲି ଭଳି ବଡ଼ ଆକାରର । ଅଷ୍ଟ୍ରେଲିଆର ଅଧିକାରୀମାନଙ୍କ କହିବା ଅନୁସାରେ, ଏହା ଦେଶର ଇତିହାସରେ ଅମେରୁଦଣ୍ଡୀ ପ୍ରାଣୀ ଜବତ ହେବାର ସବୁଠାରୁ ବଡ଼ ଘଟଣା । ଜବତ ହୋଇଥିବା ପ୍ରଜାତି ମଧ୍ୟରେ ‘ମାଡାଗାସ୍କାର ହିସିଙ୍ଗ କକ୍ରୋଚ୍’ ଏବଂ ‘ଡୁବିଆ କକ୍ରୋଚ୍’  ସାମିଲ ଅଛନ୍ତି । ଏସବୁ ଆନୁମାନିକ ମୂଲ୍ୟ ପ୍ରାୟ ୨,୦୦,୦୦୦ ଅଷ୍ଟ୍ରେଲୀୟ ଡଲାର ହେବ । ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସର ବାଥର୍ଷ୍ଟ ସହରରେ ଏହି ଚଢ଼ଉ କରାଯାଇଥିଲା ।

ଏହି ପ୍ରଜାତିର ଅସରପାଗୁଡ଼ିକ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ରୂପେ ବେଆଇନ । ଏମାନଙ୍କୁ କେହି କିଣାବିକା କରିପାରିବେ ନାହିଁ କିମ୍ବା ଘରେ ରଖିପାରିବେ ନାହିଁ । ବିଶେଷଜ୍ଞଙ୍କ ମତରେ, ମାଡାଗାସ୍କାର ହିସିଙ୍ଗ ଅସରପା ପ୍ରାୟ ୨ରୁ ୩ ଇଞ୍ଚ ଲମ୍ବା ହୋଇଥାନ୍ତି । ଏମାନେ ଜୋରଦାର ଶବ୍ଦ ମଧ୍ୟ କରିପାରନ୍ତି । ସାଧାରଣତଃ ସରୀସୃପ ପାଳୁଥିବା ଲୋକମାନେ ନିଜ ପୋଷା ଏଣ୍ଡୁଅ, ଗୋଧି କିମ୍ୱା ଝିଟିପିଟିଙ୍କୁ ଖାଇବାକୁ ଦେବା ପାଇଁ ଏହି ବଡ଼ ଅସରପାଗୁଡ଼ିକୁ ବ୍ୟବହାର କରନ୍ତି ।ଣ ଏମାନଙ୍କ ଆକାର ବଡ଼ ହୋଇଥିବାରୁ କମ୍ ସଂଖ୍ୟକ ଅସରପାରେ ଜୀବମାନଙ୍କ ପେଟ ଭରିଯାଏ ଏବଂ ଏହା ଶସ୍ତା ପଡ଼ିଥାଏ ।

ସରକାରୀ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଏହି ବିଦେଶୀ ଅସରପାଗୁଡ଼ିକ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ବଢ଼ାଇଥାନ୍ତି । ଏହା ସହ ସ୍ଥାନୀୟ ଜୀବଜନ୍ତୁ ଏବଂ କୃଷି କ୍ଷେତ୍ର ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରନ୍ତି । ଅଷ୍ଟ୍ରେଲିଆ ନିଜର ପ୍ରାକୃତିକ ପରିବେଶ ଓ କୃଷିର ସୁରକ୍ଷା ପାଇଁ ସୀମା ପାର ହୋଇ ଆସୁଥିବା ଜୀବଜନ୍ତୁଙ୍କ ଉପରେ କଡ଼ା ନଜର ରଖିଥାଏ । ଯଦି କେହି ଏଭଳି ବେଆଇନ ଅସରପା ରଖନ୍ତି କିମ୍ବା ବ୍ୟବସାୟ କରନ୍ତି, ତେବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିଥାଏ । ବର୍ତ୍ତମାନ ଜବତ ହୋଇଥିବା ସମସ୍ତ ଅସରପାଗୁଡ଼ିକୁ ମାରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ।

Scroll to Top