ସରିଲା ପ୍ରଥମ ପର୍ଯ୍ୟାୟ, ଏବେ ଜମିବ ଦ୍ବିତୀୟ ପାଳି ଯାତ୍ରା… ସେକେଣ୍ଡ ଇନିଂସ ପାଇଁ ପାର୍ଟି ରେଡ୍ଡୀ

ସରିଲା-ପ୍ରଥମ-ପର୍ଯ୍ୟାୟ,-ଏବେ-ଜମିବ-ଦ୍ବିତୀୟ-ପାଳି-ଯାତ୍ରା…-ସେକେଣ୍ଡ-ଇନିଂସ-ପାଇଁ-ପାର୍ଟି-ରେଡ୍ଡୀ

ସରିଲା ପ୍ରଥମ ପର୍ଯ୍ୟାୟ, ଏବେ ଜମିବ ଦ୍ବିତୀୟ ପାଳି ଯାତ୍ରା… ସେକେଣ୍ଡ ଇନିଂସ ପାଇଁ ପାର୍ଟି ରେଡ୍ଡୀ

Published By: Kirti – Prameya-News7 Bureau | February 02, 2026 11:47 AM

NEWS7

jatra

ଭୁବନେଶ୍ୱର ୦୨।୦୨ : ଖଣ୍ଡଗିରି କୁମ୍ଭମେଳା । ଯାତ୍ରା ମହାସମରରେ ସରିଲା ପ୍ରଥମ ପର୍ଯ୍ୟାୟ । ଏବେ ଜମିବ ଦ୍ବିତୀୟ ପାଳି ଯାତ୍ରା । ମଞ୍ଚରେ ସେକେଣ୍ଡ ଇନିଂସ ହୁଲୁସ୍ତୁଲ କରିବା ପାଇଁ ପାର୍ଟିମାନେ ପ୍ରସ୍ତୁତ । ସୋମବାର ଅର୍ଥାତ୍ ଆଜି ରାତି ଠାରୁ ଆରମ୍ଭ ହେବ ଯାତ୍ରା ।

ତେବେ ସନାତନ ସେବା ସମିତ ପେଣ୍ଡାଲରେ କୋଣାର୍କ ଗଣନାଟ୍ୟ ଯିବା ପରେ ସେହି ସ୍ଥାନରେ ସୂର୍ଯ୍ୟମନ୍ଦିର ମଞ୍ଚସ୍ଥ କରିବ ନାଟକ । ଇନ୍ଦିରା ସାଂସ୍କୃତିକ ଯୁବ ସମିତି ପେଣ୍ଡାଲରେ ସିଂହବାହିନୀ ଯିବା ପରେ ଆଜିଠୁ ହଲଚଲ ସୃଷ୍ଟି କରିବ ଶିବାନୀ ଗଣନାଟ୍ୟ। ସେହିପରି ଜାଗମରା ମେଳଣ ପଡ଼ିଆରେ ରାଜ ଦରବାରର ଯାତ୍ରା ସମାପ୍ତ କରିବା ପରେ ଦ୍ୱିତୀୟ ପର୍ଯ୍ୟାୟ ନାଟକର ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କ ପାର୍ଟି ନାଟ୍ୟ ମଣ୍ଡପ ମଞ୍ଚ ଘାଣ୍ଟିବ । ଇନ୍ଦ୍ର ଭୁବନର ସୁପରହିଟ୍ ନାଟକ ନଅଙ୍କ ଦୁର୍ଭିକ୍ଷରେ ଦମଦାର ରୋଲରେ ଅଭିନୟ କରିବା ପରେ ବିନୋଦ ବେବିନା ଏବେ ଖଣ୍ଡଗିରିରୁ ଯାତ୍ରା ସମରରୁ ଚଳିତ ବର୍ଷ ବିଦାୟ ନେଇଛନ୍ତି । ଏହାପରେ ଆସିବ କଳିଙ୍ଗ ଗଣନାଟ୍ୟ। ଅନ୍ୟପଟେ ମହତାବ ପେଣ୍ଡାଲରେ ତୁଳସୀ ଗଣନାଟ୍ୟ ଦୁଇ ଦିନ ହେଲା ଆସିଲାଣି । ଆଜି ଏହାର ତୃତୀୟ ରଜନୀ। ମହତାବ ପେଣ୍ଡାଲରେ ତୁଳସୀ ଯାତ୍ରା ଶେଷ ଯାଏ ନାଟକ ଜାରି ରଖିବ। ପ୍ରଥମ ପର୍ଯ୍ୟାୟରେ ପୀୟୁଷଙ୍କ ଅଭିନୀତ ତୁ ମୋ ବଜରଙ୍ଗୀ ଖୁବ ଚର୍ଚ୍ଚାରେ ଥିବା ବେଳେ ୨ୟ ପର୍ଯ୍ୟାୟରେ କିଏ ରହିବ, ତାହା ଦେଖିବାକୁ ବାକି ରହିଲା ।

ଏ ଖବରବି ପଢ଼ନ୍ତୁ :- ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ଯୁଦ୍ଧ

Scroll to Top