ସରଣ୍ଡା ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

ସରଣ୍ଡା-ଜଙ୍ଗଲରେ-ଏନ୍‌କାଉଣ୍ଟର,-ସୁରକ୍ଷାକର୍ମୀଙ୍କ-ଗୁଳିରେ-ଟଳିଲେ-୨-ମାଓବାଦୀ

ସରଣ୍ଡା ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

Published By: Kirti – Prameya-News7 Bureau | January 22, 2026 10:26 AM

NEWS7

break

ରାଉରକେଲା ୨୨।୦୧ : ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ୨ ମାଓବାଦୀ ନିହତ ହୋଇଛନ୍ତି । ଯବାନଙ୍କ ଗୁଳିରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଜଣାପଡିଛି । ବାକି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସରଣ୍ଡା ଜଙ୍ଗଲର ସମଠା ଓ କିରିବୁରୁ ମଝିରେ ମାଓବାଦୀଙ୍କ ଗତିବିଧି ଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ, ସିଆରପିଏଫ୍, କୋବ୍ରା, ଜାଗୁଆର ବାହିନୀର ଯବାନମାନେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ସମଠା ଓ କିରିବୁରୁ ମଝିରେ ଯବାନ ଏବଂ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ମାଓବାଦୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଶେଷରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନରେ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିଲା । ବାକି ଆଉ କିଛି ମାଓବାଦୀ ଆହତ ହୋଇଥିବା ଜଣାପଡିଛି । ଏବେବି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

Scroll to Top