ସରକାର କହୁଛନ୍ତି ଜମି ବଦଳରେ ଜମି, ତାଙ୍କୁ ପ୍ରଶ୍ନ ଯେ ଭିଟାମାଟି କାହିଁକି କିଏ ଛାଡିବ ; ଅରୁଣ ସାହୁ
Published By : Prameya-News7 Bureau | August 11, 2025 IST

ଭୁବନେଶ୍ୱର: ନୂଆ ବିସ୍ଥାପନ ନୀତିକୁ ନେଇ ବିଜେଡିର ସମାଲୋଚନା। ସରକାରଙ୍କ କହିବା କଥା ହେଲା ଜମି ବଦଳରେ ଜମି, ତାଙ୍କୁ ପ୍ରଶ୍ନ ଯେ ଭିଟାମାଟି କାହିଁକି କିଏ ଛାଡିବ? ସେ କି ମୂଲ୍ୟବାନ ଜମି ଦେବେ? କମ୍ପାନୀର ଅଂଶୀଦାର କରିବେ ଜମିହରାଙ୍କୁ? ସୁନ୍ଦରଗଡ଼ରେ ଜମିହରାଙ୍କୁ ବୁଲଡୋଜର ଲଗାଇ ମାରିଲେ। ସିଜୁମାଳୀରେ ଗିରଫ କଲେ। ମୟୁରଭଞ୍ଜ କୁସୁମୀରେ ଖଣି ପାଇଁ ଲୋକଙ୍କୁ ମାଡ଼ ମରାଗଲା। ଗ୍ରାମସଭା ଠିକ୍ ସେ ହେଉଛି ତ? ଏକଥା ପ୍ରଶ୍ନ କରିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ।
ସେ ଆହୁରି ବି ପ୍ରଶ୍ନ କରିଛନ୍ତି ଯେ, ନିପନ ଆନ୍ଧ୍ର ମୁହାଁ, EV କମ୍ପାନୀ ପଳେଇଲା। କାହିଁକି ଏବେ କମ୍ପାନୀ ମୁହଁ ଫେରାଉଛନ୍ତି। ଠିକ୍ କଥା ହେଲା ବାହାନା ଦେଖାଇ ଲୋକଙ୍କୁ କିକ୍ ମରାଯାଇଛି। ଯାହାକୁ ବରଦାସ୍ତ କରାଯିବ ନାହିଁ କହିଛନ୍ତି ବିଧାୟକ ଅରୁଣ ସାହୁ।
ସମ୍ବନ୍ଧିତ ଖବର







