ସରକାରୀ ଜମି ଉଚ୍ଛେଦ ବେଳେ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ

ସରକାରୀ-ଜମି-ଉଚ୍ଛେଦ-ବେଳେ-ଗ୍ରାମବାସୀ-ପ୍ରଶାସନ-ମୁହାଁମୁହିଁ,-ପ୍ରତିଶ୍ରୁତି-ପରେ-ଧାରଣାରୁ-ଉଠିଲେ

ସରକାରୀ ଜମି ଉଚ୍ଛେଦ ବେଳେ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ

Published By: Ruby – Prameya-News7 Bureau | February 11, 2026 03:48 PM

NEWS7

Ghatagoan News

ଘଟଗାଁ ୧୧।୨: ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଲେ ଗ୍ରାମବାସୀ । ସ୍ୱାଭାବିକ ହେଲା ଜମି ଉଚ୍ଛେଦ କାର୍ଯ୍ୟ । ବର୍ତ୍ତମାନ କ୍ଷତିଗ୍ରସ୍ତ ପରିବାରର ଆସବାବପତ୍ର ସ୍ଥାନାନ୍ତରଣରେ ସହାୟତା କରିବା ପାଇଁ କିଛି ଶ୍ରମିକ ଓ ଟ୍ରାକ୍ଟରର ବ୍ୟବସ୍ଥା କରାଯିବ । କ୍ଷତିଗ୍ରସ୍ତ ପରିବାରଙ୍କୁ ରେଡକ୍ରସ୍ ଫଣ୍ଡରୁ ପ୍ରତ୍ୟେକ ପରିବାର ପିଛା ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଏ ଖବର ବି ପଢ଼ନ୍ତୁ:- ଫୋନ୍ ରିସିଭ୍ କଲାନି ଲିଜା, ଘର ଭିତରେ ଏକାଠି ଦେଖି କାଟିଦେଲା…

ସେଭିଭଳି, ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ବସୁନ୍ଧରା ଯୋଜନାରେ ଘରଡିହ ଜମି ଓ ଅନ୍ତଦ୍ୱୟ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଲା ପ୍ରଶାସନ । ପ୍ରତିଶ୍ରୁତି ଦେବା ପରେ କ୍ଷତିଗ୍ରସ୍ତ ଲୋକେ ଧାରଣାରୁ ଉଠିବା ପରେ ସ୍ୱାଭାବିକ ହୋଇଛି ଜମି ଉଚ୍ଛେଦ କାର୍ଯ୍ୟ ।

ଏ ଖବର ବି ପଢ଼ନ୍ତୁ:- କନଷ୍ଟେବଲ ନିଯୁକ୍ତି ପରୀକ୍ଷା ସମୟରେ ମୃତ୍ୟୁ ଘଟଣା: ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ

Scroll to Top