ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତମାନର ଇଣ୍ଡଷ୍ଟ୍ରି ଓଡ଼ିଶାକୁ ଆସୁ, ଏହା ସଫଳ ହେଉଛି
Published By: Ruby – Prameya-News7 Bureau | November 01, 2025 01:47 PM
NEWS7
ଭୁବନେଶ୍ବର ୧।୧୧: ରାଜଧାନୀ ଭୁବନେଶ୍ବରରେ ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ଭୂମିପୂଜା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଯୋଗଦେଲେ କେନ୍ଦ୍ର କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଅବସରରେ କେନ୍ଦ୍ର ଆଇଟି ମନ୍ତ୍ରୀ କହିଛନ୍ତି, ଡବଲ୍ ଇଞ୍ଜିନ ସରକାରରେ ଓଡ଼ିଶାରେ ଡବଲ୍ ବିକାଶ ହେଉଛି । ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତମାନର ଇଣ୍ଡଷ୍ଟ୍ରି ଓଡ଼ିଶାକୁ ଆସୁ । ଏହା ସଫଳ ହେଉଛି ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଗାମୀ ବର୍ଷରେ ସେମିକଣ୍ଡକ୍ଟର କ୍ଷେତ୍ରରେ ବହୁମାତ୍ରାରେ ସୁଯୋଗ ରହିଛି । ଇଲେକ୍ଟ୍ରୋନିକ୍ସ ଫ୍ୟାକ୍ଟ୍ରି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୁଅନ୍ତୁ । ସମସ୍ତ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଏବଂ ମନ୍ତ୍ରାଳୟ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସରକାର ଡାଟା ସେଣ୍ଟର ପଲିସି ଆଣନ୍ତୁ ବୋଲି ରାଜ୍ୟ ସରକାରକୁ ଅନୁରୋଧ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏଥିରେ ଶସ୍ତାରେ ବିଦ୍ୟୁତ, ଗମନାଗମନ ପାଇଁ ରୋଡ଼, ଆବଶ୍ୟକ ଭିତ୍ତିଭୂମି ଯୋଗାଇବାର ବ୍ୟବସ୍ଥା କରନ୍ତୁ । ଏପରି ହୋଇପାରିଲେ ବହୁ ଡାଟା କମ୍ପାନୀ ଓଡ଼ିଶା ଆସିବେ ।
ଏହାସହ, ଭୁବନେଶ୍ୱର ଆଇଆଇଟିରେ ନିଜ ଏମ୍ପି ଲାଡ୍ରେ ସେମିକଣ୍ଡକ୍ଟର ଲ୍ୟାବ୍ ପ୍ରତିଷ୍ଠା କରାଯାଇଥିବା କେନ୍ଦ୍ର ଆଇଟି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଇଆଇଟି ଭୁବନେଶ୍ୱରରେ ନମୋ ସେମିକଣ୍ଡକ୍ଟର ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି । ଇଣ୍ଡଷ୍ଟ୍ରି ଓ ଏକାଡେମୀକୁ ଯୋଡିବା ପାଇଁ ୫ କୋଟି ଟଙ୍କା ଅର୍ଥ ବ୍ୟୟରେ ଏହା ପ୍ରତିଷ୍ଠା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।




