ସରକାରଙ୍କ ‘ଧରତୀ ମାତା ବଞ୍ଚାଓ’ ଅଭିଯାନ, ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ମିଳିବ ପ୍ରୋତ୍ସାହନ
Published By: Ruby – Prameya-News7 Bureau | October 22, 2025 03:40 PM
NEWS7
ଭୁବନେଶ୍ବର ୨୨।୧୦: ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାକୁ ସରକାର ଆରମ୍ଭ କରିଛନ୍ତି ‘ଧରତୀ ମାତା ବଞ୍ଚାଓ’ ଅଭିଯାନ । ରାସାୟନିକ ସାର ବଦଳରେ ବ୍ୟବହାର ହେବ ଜୈବିକ ସାର । ପଞ୍ଚାୟତ ସ୍ତରରେ ଗଠନ ହେବ କମିଟି । ବିଲରେ ରାସାୟନିକ ସାର କମ୍ ପକେଇଲେ ଚାଷୀଙ୍କୁ ମିଳିବ ସହାୟତା ରାଶି ।
ଗତ କିଛି ବର୍ଷ ଧରି ଅନେକ ରାଜ୍ୟରେ ରାସାୟନିକ ସାର ୟୁରିଆ ଏବଂ ଡିଏପି ବ୍ୟବହାର ବଢ଼ୁଥିବାରୁ କେନ୍ଦ୍ର ସରକାର ହାତକୁ ନେଇଛନ୍ତି ବଡ଼ ପଦକ୍ଷେପ । ‘ଧରତୀ ମାତା ବଞ୍ଚାଓ’ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡ଼ ଲାଇନ ପଠାଇଛି ବିଭାଗ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରରେ ହେବ ‘ଧରତୀ ମାତା ବଞ୍ଚାଓ’ ନିଗରାନୀ ସମିତି । ଯେଉଁଥିରେ ସରପଞ୍ଚଙ୍କ ସହ ୭ଜଣ ସଦସ୍ୟ ରହିବେ । ସପ୍ତାହକ ଭିତରେ ଗଠନ ହେବ ଏହି କମିଟି । ସେହିପରି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କମିଟି ସହ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବି ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ।




