ସରକଣା ଗ୍ରାମର ପ୍ରସିଦ୍ଧ ଫୋଡା ପାଟୁଆ ଯାତ୍ରା, ଦେହରେ କଣ୍ଟା ଫୋଡ଼ି ଶୋଭାଯାତ୍ରାରେ ଚାଲିଲେ ମାନସିକଧାରୀ

ସରକଣା-ଗ୍ରାମର-ପ୍ରସିଦ୍ଧ-ଫୋଡା-ପାଟୁଆ-ଯାତ୍ରା,-ଦେହରେ-କଣ୍ଟା-ଫୋଡ଼ି-ଶୋଭାଯାତ୍ରାରେ-ଚାଲିଲେ-ମାନସିକଧାରୀ

ସରକଣା ଗ୍ରାମର ପ୍ରସିଦ୍ଧ ଫୋଡା ପାଟୁଆ ଯାତ୍ରା, ଦେହରେ କଣ୍ଟା ଫୋଡ଼ି ଶୋଭାଯାତ୍ରାରେ ଚାଲିଲେ ମାନସିକଧାରୀ

Published By: Chikun – Prameya-News7 Bureau | April 14, 2026 10:56 PM

NEWS7

Foda Patua Yatra

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସରକଣା ଗ୍ରାମରେ ପ୍ରସିଦ୍ଧ ଫୋଡା ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପବିତ୍ର ପଣା ସଂକ୍ରାନ୍ତିରେ ମାନସିକଧାରୀ ପାଟୁଆମାନେ ପିଠିରେ କଣ୍ଟା ଫୋଡ଼ି ଶୋଭାଯାତ୍ରାରେ ବାହାରିଥାନ୍ତି । ବିଶ୍ବାସ ରହିଛି ଏଠାରେ ମାନସିକ ରଖି ଯାତ୍ରାରେ ସାମିଲ ହେଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ। ବିଶେଷ କରି ସନ୍ତାନ ପ୍ରାପ୍ତି ପାଇଁ ଅନେକ ଦମ୍ପତି ଏଠାରେ ମାନସିକ ରଖି ଏହି ଯାତ୍ରାରେ ସାମିଲ ହୋଇଥାନ୍ତି।

ଅପରାହ୍ନରେ ଗାଁର ନୂଆ ପୋଖରୀ ନିକଟକୁ ପାଟୁଆମାନେ ଶୋଭାଯାତ୍ରାରେ ଆସିବା ପରେ ପୂଜାର୍ଚ୍ଚନା କରାଯାଇଥାଏ। ପରେ ମାନସିକଧାରୀ ପାଟୁଆଙ୍କ ପିଠିରେ ବଡ଼ ବଡ଼ ଲୁହା କଣ୍ଟା ଫୋଡ଼ା ଯାଇଥାଏ। ସନ୍ଧ୍ୟାରେ ମେରୁ ଖୁଣ୍ଟରେ ପାଟୁଆମାନେ ବନ୍ଧାଯାଇ ଓହଳା ଅବସ୍ଥାରେ ବୁଲିଥାନ୍ତି। ଏଥର ୧୮ଜଣ ମାନସିକଧାରୀ ପାଟୁଆ ମାନସିକ ରଖି ଏହି ଯାତ୍ରାରେ ସାମିଲ ହୋଇଥିଲେ।

ଏହି ଯାତ୍ରାରେ ସ୍ଵଚ୍ଛ ମନରେ ପୂଜାର୍ଚ୍ଚନା ସହ ସାମିଲ ହେଲେ ମାନସିକ ପୂରଣ ହୋଇଥାଏ। ଏହି ଯାତ୍ରାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଆଖପାଖ ଅଂଚଳରେ ଶହ ଶହ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ।

Scroll to Top