ସମ୍ବଲପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ, ଅଗଷ୍ଟ ୨୮ ସକାଳ ୧୦.୩୩ରୁ ୧୦.୫୫ ମଧ୍ୟରେ ଲାଗି ହେବ ନବାନ୍ନ
Published By : Prameya-News7 Bureau | August 16, 2025 IST

ସମ୍ବଲପୁର ୧୬।୮: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ସମ୍ବଲପୁରରେ ଶୁଭଲଗ୍ନ ନିର୍ଘଣ୍ଟ ହୋଇଛି । ଅଗଷ୍ଟ ୨୮ ତାରିଖ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଗୁରୁବାର ସକାଳ ୧୦ଟା ୩୩ ମିନିଟରୁ ୧୦ଟା ୫୫ ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ । ତା’ ପରେ ଘରେ ଘରେ ଲୋକେ ନୂଆ ଖାଇବେ । ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମଣ୍ଡଳୀ ସମୂହ ବିଷ୍ଣୁ ସହସ୍ରନାମ ପାଠ ପୂର୍ବକ ମା’ ସମଲେଇଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଶୁଭ ଲଗ୍ନ ନିର୍ଘଣ୍ଟ କରିଛନ୍ତି l
You Can Read:
ସମ୍ବନ୍ଧିତ ଖବର







