ସମ୍ବଲପୁରରେ ଚାଞ୍ଚଲ୍ୟ : ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ
Published By : Prameya-News7 Bureau | August 18, 2025 IST

BREAKING NEWS
ସମ୍ବଲପୁର ୧୮।୦୮ : ସମ୍ବଲପୁରରେ ଚାଞ୍ଚଲ୍ୟ । ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମର ଆସିଛି ଅଭିଯୋଗ । ଏନେଇ ଯୁଯୁମୁରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ କରି ୪ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାରେ ୫ ଜଣ ସଂପୃକ୍ତ ଥିବା ସୂଚନା ମିଳିଛି । ତେବେ ଅଭିଯୋଗ ପରେ ଯୁଯୁମୁରା ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ପୋଲିସ ତଦନ୍ତ କରି ୪ ଜଣଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ହେଲେ ବାକି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି। ଫେରାର ଥିବା ଅଭିଯୁକ୍ତ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
ସମ୍ବନ୍ଧିତ ଖବର







