ସମୁଦ୍ର କୂଳରେ ମରି ପଡ଼ିଛନ୍ତି ହଜାର ହଜାର ସଂଖ୍ୟାର ବିରଳ ଜେଲି ଫିସ୍, ତାପମାତ୍ରା ବୃଦ୍ଧି ଯୋଗୁଁ ଏଭଳି ଘଟିଥିବା ସନ୍ଦେହ

ସମୁଦ୍ର-କୂଳରେ-ମରି-ପଡ଼ିଛନ୍ତି-ହଜାର-ହଜାର-ସଂଖ୍ୟାର-ବିରଳ-ଜେଲି-ଫିସ୍,-ତାପମାତ୍ରା-ବୃଦ୍ଧି-ଯୋଗୁଁ-ଏଭଳି-ଘଟିଥିବା-ସନ୍ଦେହ

କୋଣାର୍କ ୧୯।୮: ଚନ୍ଦ୍ରଭାଗା ସମୁଦ୍ର କୂଳରେ ମରି ପଡିଲେ ହଜାର ହଜାର ସଂଖ୍ୟାର ବିରଳ ବ୍ଲୁ ବଟମ୍ ଜେଲି ଫିସ୍ । କୋଣାର୍କ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମୁହାଣ ମୁହଁ ନିକଟ ସମୁଦ୍ର କୂଳରେ ବ୍ଲୁ ବଟମ୍ ଜେଲି ଫିସ୍ ମରି ପଡିଛନ୍ତି । ତାପମାତ୍ରା ବୃଦ୍ଧି ଯୋଗୁଁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ତେବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାମୁଦ୍ରିକ ପରିସଂସ୍ଥା ଉପରେ ପଡି ସାମୁଦ୍ରିକ ପରିସଂସ୍ଥା ତାପମାତ୍ରା କାଳକ୍ରମେ ବୃଦ୍ଧି ପାଇବାରେ ଲାଗିଛି । ଏଥି ଯୋଗୁଁ ଏହି ଜେଲି ଫିସ୍ ଗୁଡିକ ମରୁଛନ୍ତି ବୋଲି ଅନୁମାନ କରାଯାଉଛି । 

ସୂଚନାଯୋଗ୍ୟ ଯେ, ବିରଳ ବ୍ଲୁ ବଟମ୍ ଜେଲି ଫିସ୍ ଗୁଡିକ ଅଲିଭ ରିଡଲେ ଓ ତିମି ଭଳି ଜଳଜୀବଙ୍କର ମୁଖ୍ୟ ଆହାର ହୋଇଥାନ୍ତି I ଅଲିଭ ରିଡ଼ଲେ ସଂଖ୍ୟା କମିଲେ ତଥା ସମୁଦ୍ରରେ ଖାଦ୍ୟ ଶୃଙ୍ଖଳ ବିଗିଡ଼ିଲେ ଏମାନେ ଲହଡ଼ିରେ ଭାସି ଆସିଥାନ୍ତି I ଏହି ଜେଲି ଫିସ୍ ଗୁଡିକ ମଣିଷଙ୍କ ସଂସ୍ପର୍ଶରେ ଆସିଲେ ଚର୍ମ ରୋଗ ସଂକ୍ରମଣ ହୋଇଥାଏ ବୋଲି ଡାକ୍ତରଙ୍କ ମତ I 

ତେବେ ଅନେକ ମନୁଷ୍ୟକୃତ କାରଣ ପାଇଁ ସାମୁଦ୍ରିକ ପରିବେଶ ପ୍ରଦୂଷିତ ହେବା ସହିତ ପ୍ରବଳ ଗରମ ହେବା ଯୋଗୁଁ ସମୁଦ୍ର ଜଳ ଉତ୍ତପ୍ତ ହେଉଛି । ତେଣୁ ଏହି ବିରଳ ଜେଲି ଫିସ୍ ମରୁଥିବା ଅସ୍ତରଙ୍ଗ ଅଞ୍ଚଳ ଜାତିସଂଘ ପୁରସ୍କାରପ୍ରାପ୍ତ ବରିଷ୍ଠ ପରିବେଶବିତ୍ ସୌମ୍ୟରଞ୍ଜନ ବିଶ୍ୱାଳ ପ୍ରକାଶ କରିଛନ୍ତି । ପୂର୍ବରୁ ଅନେକ ଥର ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏଭଳି ଅଘଟଣ ଘଟିଥିବା ବେଳେ ପୁଣି ଥରେ ଉକ୍ତ ଘଟଣାର ପୁନରାବୃତ୍ତି ହୋଇଛି ।

You Can Read:

ବିଏମ୍‌ସି ଅଫିସ୍‌ରେ ଖସିଲା ସିଲିଂ, ମେୟରଙ୍କ ଚାମ୍ବର ନିକଟରେ ଖସିଥିବା ସୂଚନା

Scroll to Top