ସମୁଦ୍ରରେ ବୁଡ଼ି ଯାଉଥିଲେ ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର କଲେ ଲାଇଫ୍ ଗାର୍ଡ

ସମୁଦ୍ରରେ-ବୁଡ଼ି-ଯାଉଥିଲେ-ପର୍ଯ୍ୟଟକ,-ସୁରକ୍ଷିତ-ଉଦ୍ଧାର-କଲେ-ଲାଇଫ୍-ଗାର୍ଡ

ସମୁଦ୍ରରେ ବୁଡ଼ି ଯାଉଥିଲେ ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର କଲେ ଲାଇଫ୍ ଗାର୍ଡ

Published By: Ruby – Prameya-News7 Bureau | March 29, 2026 01:35 PM

NEWS7

Puri Sea

ପୁରୀ ୨୯।୩: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ । ସମୁଦ୍ର କୂଳ ସେକ୍ଟର ୧୪ରେ ଘଟିଛି ଏଭଳି ଅଘଟଣ ।

ସମୁଦ୍ରରେ ସ୍ନାନ କରୁଥିବା ବେଳେ ବଲାଙ୍ଗିରର ଚିନ୍ମୟ ସାହୁ ସମୁଦ୍ରରେ ବୁଡ଼ି ଯାଇଥିଲେ । ସେଠାରେ ଥିବା ଲାଇଫ୍ ଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବହୁ ଖୋଜାଖୋଜି କରିବା ପରେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ସେହିପରି ସମୁଦ୍ର କୂଳ ସେକ୍ଟର ୪ ରେ ସ୍ନାନ କରୁଥିବା ବେଳେ ବୁଡ଼ି ଯାଉଥିବା ଛତିଶଗଡର ଅମିତ୍ ପଟେଲଙ୍କୁ ମଧ୍ୟ ଲାଇଫ ଗାର୍ଡ ମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ବାରମ୍ବାର ପୁରୀ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବା ବେଳେ ଏ ଦିଗରେ ପ୍ରଶାସନ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ତେବେ ପର୍ଯ୍ୟଟକ ମାନେ ମଧ୍ୟ ସମୁଦ୍ରରେ ସ୍ନାନ କରୁଥିବା ବେଳେ ସତର୍କତା ଅବଲମ୍ବନ କରି ସ୍ନାନ କରିବାର ଆବଶ୍ୟକତା ରହିଛି ।

Scroll to Top