ସମୁଦ୍ରରେ ଦୁଇ ଦିନିଆ ସମରାଭ୍ୟାସ ‘ସାଗର କବଚ’, ଏମିତି କରିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କତା

ସମୁଦ୍ରରେ-ଦୁଇ-ଦିନିଆ-ସମରାଭ୍ୟାସ-‘ସାଗର-କବଚ’,-ଏମିତି-କରିବାକୁ-ମତ୍ସ୍ୟଜୀବୀଙ୍କୁ-ସତର୍କତା

ଭୋଗରାଇ ୧୯।୩: ବାଲେଶ୍ବର ଜିଲ୍ଲା ଉଦୟପୁର ତାଳସାରୀ ରଣସିଂହପୁର କୀର୍ତ୍ତିନିଆରେ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା । ସମସ୍ତ ମତ୍ସ୍ୟଜୀବୀ, ଡଙ୍ଗା ମାଲିକ, ମତ୍ସ୍ୟଜୀବୀ ସୋସାଇଟିର ସଦସ୍ୟ ତଥା ସମସ୍ତ ଜନସାଧାରଣଙ୍କ ପାଇଁ ଏ ନେଇ ସୂଚନା ଜାରି କରାଯାଇଛି ।

ଚଳିତ ମାସ ୨୪ ଓ ୨୫ ତାରିଖ ଦୁଇ ଦିନ ସମୁଦ୍ରରେ “ସାଗର କବଚ” ନାମକ ସମର ଅଭ୍ୟାସ ସରକାରଙ୍କ ତରଫରୁ ଅନୁଷ୍ଠିତ ହେବ । ତେଣୁ ସମୁଦ୍ରକୁ ଯିବା ପୂର୍ବରୁ, ଡଙ୍ଗାକୁ ନାଲି ଓ କଳା ରଙ୍ଗ କରିବା ସହିତ ନାମ ଓ ନମ୍ବର ଭଲଭାବରେ ଲେଖିବା, ଡଙ୍ଗାର ସମସ୍ତ କାଗଜପତ୍ର, ତଥା ଡଙ୍ଗାରେ ଥିବା ମତ୍ସ୍ୟଜୀବୀ ମାନଙ୍କର QR ଆଧାର କାର୍ଡ, ଭାରତୀୟ ଜାତୀୟ ପତାକା ଲଗାଇବା ସହିତ ନିଜର ସୁରକ୍ଷା ନିମନ୍ତେ ଲାଇଫ ବ୍ଯୟ, ଲାଇଫ ଜ୍ୟାକେଟ, ଅଗ୍ନି ନିର୍ବାପକ ଯନ୍ତ୍ର DAT ମେସିନ୍ ଇତ୍ୟାଦି ନେବା ଜରୁରୀ ଅଟେ ।

Also Read: ଏକା ରହୁଥିଲେ ଦମ୍ପତ୍ତି… ସୁଯୋଗ ଦେଖି ଘରେ ପଶିଲେ, କଳାକନା ବୁଲାଇ ଛୁ ମାରିଲେ

ସମୁଦ୍ରରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି, ଅଜଣା ଡଙ୍ଗାର ସନ୍ଧାନ ମିଳେ, ତୂରନ୍ତ ନିକଟସ୍ଥ ମତ୍ସ୍ୟ ବିଭାଗର ଅଧିକାରୀ, ସାମୁଦ୍ରିକ ଥାନା କିମ୍ବା ମତ୍ସ୍ୟଜୀବୀ ସୋସାଇଟିର କର୍ମକର୍ତ୍ତାଙ୍କୁ ଖବର ଦେବା ପାଇଁ ଅନୁରୋଧ କରାଯାଇଛି । ଧନ ଓ ଜୀବନ-ଜୀବିକାର ସୁରକ୍ଷା ନିମନ୍ତେ ଏହା ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କୁହାଯାଇଛି । ଏହାକୁ କେହି ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।

Scroll to Top