ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ, ପାଣିରେ ବୁଡ଼ି ୨ ପର୍ଯ୍ୟଟକ ମୃତ

ସମୁଦ୍ରରେ-ଗାଧୋଉଥିବା-ବେଳେ-ଅଘଟଣ,-ପାଣିରେ-ବୁଡ଼ି-୨-ପର୍ଯ୍ୟଟକ-ମୃତ

ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ, ପାଣିରେ ବୁଡ଼ି ୨ ପର୍ଯ୍ୟଟକ ମୃତ

ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ଯାଇ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।

Published By: Kirti – Prameya-News7 Bureau | March 30, 2026 12:32 PM

NEWS7

break

ପୁରୀ ୩୦।୦୩ : ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ଯାଇ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ ।

ଖବର ଅନୁଯାୟୀ, ସୋମବାର ଦିନ କିଛି ପର୍ଯ୍ୟଟକ ସମୁଦ୍ରରେ ସ୍ନାନ କରିବାକୁ ଯାଇଥିଲେ । ସେଠାରେ କିଛି ସମୟ ଧରି ସ୍ନା କରୁଥିଲେ । ହେଲେ ଗାଧୋଉଥିବା ସମୟରେ ହଠାତ୍ ସେମାନେ ସମୁଦ୍ରର ପାଣି ସୁଅରେ ଭାସିଯାଇଥିଲେ । ଯାହାକୁ ଦେଖି ଘଟଣାସ୍ଥଳରେ ଥିବା ଲାଇଫ ଗାର୍ଡମାନେ ତୁରନ୍ତ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳେକୁ ହୋଇସାରିଥିଲା ବହୁ ବିଳମ୍ବ । ସମୁଦ୍ରରେ ବୁଡ଼ିବା ଲାଗି ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମେଡିକାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Also Read:-Gharial: ମହାନଦୀରେ ବୃଦ୍ଧି ହେଲା କୁମ୍ଭୀର ବଂଶ, ଛଡ଼ାଗଲା ୧୨ ଘଡ଼ିଆଳ କୁମ୍ଭୀର

ତେବେ ଗତ କିଛି ଧରି ପୁରୀ ସମୁଦ୍ରରେ ଗାଧେଉଥିବା ବେଳେ ବାରମ୍ବାର ଅଘଟଣ ଘଟୁଛି । କେତେବେଳେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଉଛନ୍ତି ତ ଆଉ କେତେବେଳେ ସମୁଦ୍ରରେ କରେଣ୍ଟ ଟାଣି ନେଉଛି । ତେଣୁ ଏସବୁ ଆଜିର ଏହି ଘଟଣା । ଯାହା ସମସ୍ତଙ୍କୁ ଚିନ୍ତିତ କରିଦେଇଛି ।

Scroll to Top