ସମୁଦ୍ରରେ ଖସି ପଡିଲା ବିମାନ, ଅଳ୍ପକେ ବର୍ତ୍ତିଗଲେ ପାଇଲଟ୍ ଏବଂ ଯାତ୍ରୀ
ସୋମାଲିଆ ରାଜଧାନୀ ମୋଗାଦିଶୁରେ ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା କ୍ଷଣି ହିଁ ଦୁର୍ଘଟଣାର ଶିକାର ହୋଇଛି । ଷ୍ଟାରସ୍କାଏ ଏୟାରଲାଇନର ଏହି ବିମାନ ଟେକ୍ଅଫ୍ କରିବାର କିଛି ମିନିଟ୍ ପରେ ସମୁଦ୍ର ଭିତରେ ଖସିପଡ଼ିଥିଲା ।
Published By: Ankit M – Prameya-News7 Bureau | February 11, 2026 08:01 AM
NEWS7
ମୋଗାଦିଶୁ, ୧୧|୦୨: ସୋମାଲିଆ ରାଜଧାନୀ ମୋଗାଦିଶୁରେ ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା କ୍ଷଣି ହିଁ ଦୁର୍ଘଟଣାର ଶିକାର ହୋଇଛି । ଷ୍ଟାରସ୍କାଏ ଏୟାରଲାଇନର ଏହି ବିମାନ ଟେକ୍ଅଫ୍ କରିବାର କିଛି ମିନିଟ୍ ପରେ ସମୁଦ୍ର ଭିତରେ ଖସିପଡ଼ିଥିଲା ।
ତେବେ ସୌଭାଗ୍ୟବଶତଃ ସେଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସୂଚନା ଅନୁସାରେ, ବିମାନଟି ଉଚ୍ଚକୁ ଉଠିବା ସମୟରେ ସେଥିରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ଫଳରେ ପାଇଲଟ ବିମାନକୁ ନିୟନ୍ତ୍ରଣ କରିପାରି ନ ଥିଲେ ଏବଂ ତାହା ମୋଗାଦିଶୁ ତଟ ନିକଟରେ ସମୁଦ୍ରରେ ଖସିପଡ଼ିଥିଲା । ଲହଡ଼ି ଧକ୍କାରେ ବିମାନଟି ଧିରେ ଧିରେ କୂଳରେ ଲାଗିଥିଲା । ବିମାନର ଡେଣା ଭାଙ୍ଗି ଅଲଗା ହୋଇଯାଇଥିଲା ।
ତେବେ କମ୍ ଉଚ୍ଚତାରେ ଉଡ଼ୁଥିବାରୁ ଏବଂ ପାଣିରେ ବିମାନଟି ଖସିଥିବାରୁ ସୌଭାଗ୍ୟବଶତଃ କାହାରି ଜୀବନହାନି ହୋଇନାହିଁ । ରେସ୍କ୍ୟୁ ଟିମ୍ ସେଠାରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।




