କାଠମାଂଡୁ ୧୩।୧୦: ଗାଜା ସିଜଫାୟାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲାଖୋଲି ଶ୍ରେୟ ଦିଆଯାଉଛି। ହମାସ ଦ୍ୱାରା ମୁକ୍ତ କରାଯାଇଥିବା ସମସ୍ତ ୨୦ ବନ୍ଧକ ଇସ୍ରାଏଲ ହାତକୁ ଆସି ସାରିଛନ୍ତି। ମୁକ୍ତ ହୋଇଥିବା ସମସ୍ତ ବନ୍ଦୀ ଇସ୍ରାଏଲୀ ନାଗରିକ। ଏଥି ମଧ୍ୟରେ ଜଣେ ଯୁବକଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଲୋକେ ପ୍ରଶ୍ନ କରୁଛନ୍ତି ବିପିନ ଜୋଶୀ କାହାନ୍ତି? ଅନେକ ଦିନ ହେଲା ବିପିନଙ୍କ ମା ଓ ଭଉଣୀ ବିପିନଙ୍କ ଫଟୋ ନେଇ ଇସ୍ରାଏଲ ଗଳିକନ୍ଦିରେ ବୁଲୁଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି ହମସା ୨୦ ବନ୍ଦୀଙ୍କୁ ଜୀବିତ ବୋଲି କହୁଛନ୍ତି, ଏହାର ଅର୍ଥ ବିପିନଙ୍କୁ କଣ ହତ୍ୟା କରାଯାଇଛି?
ନେପାଳୀ ଛାତ୍ର ବିପିନକୁ ୭ ଅକ୍ଟୋବର ୨୦୨୩ରେ ହମାସ ଅପହରଣ କରିନେଇଥିଲେ। ହେଲେ ସୋମବାର ଯେଉଁ ବନ୍ଧକମାନଙ୍କୁ ମୁକ୍ତ କରାଯାଇଛି ସେଥିରେ ଜୋଶୀଙ୍କ ନାଁ ନାହିଁ। ବିପିନଙ୍କ ମା ନେପାଳ, ଇସ୍ରାଏଲ ଓ ଆମେରିକାରେ ପୁଅର ଫଟୋ ଧରି ସହାୟତା ମାଗୁଛନ୍ତି। ଏହି ନେପାଳୀ ଛାତ୍ର ଜଣକର ବୟସ ୨୪ ବର୍ଷ। ସେ ୟର୍ଣ୍ଣ ଆଣ୍ଡ ଲର୍ଣ୍ଣ କାର୍ଯ୍ୟକ୍ରମରେ ଅନ୍ୟ ନେପାଳୀ ଯୁବକଙ୍କ ସହ ଇସ୍ରାଏଲ ଯାଇଥିଲେ। ଆମେରିକା ରାଷ୍ଟ୍ରପତି ଇସ୍ରାଏଲ ଓ ହମାସ ମଧ୍ୟରେ ସିଜଫାୟାର କରାଇଛନ୍ତି, ହେଲେ ଜୋଶୀଙ୍କୁ ନେଇ କୌଣସି ସଠିକ ସୂଚନା ଦେଇ ପାରୁ ନାହାନ୍ତି।
WATCH: Nepali hostage Bipin Joshi’s family has authorized the release of a newly found video. Hamas likely filmed it in November 2023, shortly after they abducted him on October 7th.
This is the most recent sign of life we have of Bipin, and shows that he was brought into Gaza… pic.twitter.com/NDuJHGiBKZ
— Hen Mazzig (@HenMazzig) October 8, 2025
ଅପହରଣ କାଳରେ ଜୋଶୀ ଓ ଅନ୍ୟ ୧୬ ଜଣ ନେପାଳୀ ଯୁବକ ଗାଜା ଷ୍ଟ୍ରିପରେ କାମ କରୁଥିଲେ। ହମାସ ଆକ୍ରମଣରେ ଘଟଣାସ୍ଥଳରେ ୧୦ ଜଣ ନେପାଳୀ ଯୁବକ ପ୍ରାଣ ହରାଇଥିଲେ, ୫ ଜଣ ଆହତ ହୋଇଥିଲେ, ତେବେ ଜଣେ ଅଳ୍ପକେ ବର୍ତ୍ତିଯାଇଥିଲେ। ହମାସ ଜୋଶୀଙ୍କ ସମେତ ଜଣେ ଥାଇ ଯୁବକଙ୍କୁ ବନ୍ଧକ କରି ନେଇଯାଇଥିଲେ। ତେବେ ସବୁପ୍ରକାରର କୂଟନୈତିକ ଉଦ୍ୟମ ସତ୍ତ୍ୱେ ବିପିନ ଜୀବିତ ନା ମୃତ ତାହା ନେପାଳ ସରକାରଙ୍କୁ ତାର ସ୍ପଷ୍ଟ ସୂଚନା ମିଳୁନି।
କୁହାଯାଉଛି କିଛି ସମୟ ପୂର୍ବରୁ ନେପାଳୀ ବନ୍ଧକ ବିପିନ ଜୋଶୀ ଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କୁହାଯାଇଥିଲା ହମାସ ଏହି ଭିଡିଓ ନଭେମ୍ବର ୨୦୨୩ରେ ତିଆରି କରିଥିଲା। ଇଜିପ୍ଟରେ ୧୩ ଅକ୍ଟୋବର ସୋମବାର ଗାଜା ଶାନ୍ତି ସମ୍ମିଳନୀ ହେଉଛି। ଇଟାଲୀ ପ୍ରଧାନମନ୍ତ୍ରୀ, ପାକିସ୍ତାନ ପ୍ରଧାନମନ୍ତ୍ରୀଠୁ ଆରମ୍ଭ କରି ସାରା ବିଶ୍ୱର ନେତାମାନେ ଉପସ୍ଥିତ ଅଛନ୍ତି। ନେତନ୍ୟାହୁ ମଧ୍ୟ ଶର୍ମ ଏଲ ଶେଖରେ ଉପସ୍ଥିତ ରହିବେ। ଗାଜା ଶାନ୍ତି ସମ୍ମିଳନୀକୁ ଏକ ନୂଆ ସମୟର ଆରମ୍ଭ ବୋଲି କୁହାଯାଉଛି। ହେଲେ ବିପିନକୁ ନେଇ ତାଙ୍କ ପରିବାର ଏବେବି ଚିନ୍ତିତ।




